ଏକଦମ୍‌ ନୂଆ ଷ୍ଟାଇଲରେ ବନାନ୍ତୁ ସ୍ୱାଦିଷ୍ଟ ବାଇଗଣ-ଆଳୁ ତରକାରୀ, ଭାତ ଏବଂ ରୁଟି ସହିତ ଆସିଯିବ ମଜା

ଆବଶ୍ୟକ ସାମଗ୍ରୀ

ଆଳୁ, ବାଇଗଣ, ଟମାଟୋ, ପିଆଜ, ରସୁଣ, ଅଦା, କଞ୍ଚା ଲଙ୍କା, ଧନିଆ ପତ୍ର, ଲେମ୍ବୁ, ମଟର, ହେଙ୍ଗୁ, ଜୀରା, ପାନମଧୁରୀ, ଗରମ ମସଲା, ସୋରିଷ, ଲୁଣ, ଲାଲ ଲଙ୍କା।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଆଳୁ ଏବଂ ବାଇଗଣକୁ କାଟି ପାଣିରେ ପକାଇ ଦିଅନ୍ତୁ। ଏବେ ପିଆଜ ଏବଂ ଲଙ୍କାକୁ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଆପଣ ଏହାକୁ ଗ୍ରାଇଣ୍ଡରରେ ବି ଗ୍ରାଇଣ୍ଡିଂ କରିପାରିବେ ନଚେତ ଛୁରିରେ ବି କାଟିପାରିବେ। ଏବେ ଏକ ପ୍ୟାନ କିମ୍ବା କଡାରେ ତେଲ ଗରମ କରନ୍ତୁ। ଏଥିରେ ହେଙ୍ଗୁ, ଜୀରା, ସୋରିଷ ଏବଂ ପାନମଧୁରୀ ପକାନ୍ତୁ। ଏହାଫୁଟି ଆସିଲେ ଏଥିରେ ପିଆଜ ଏବଂ ଅଦା ରସୁଣ ପେଷ୍ଟ ପକାନ୍ତୁ। ମସଲା ଭାଜି ହୋଇଗଲେ ଟମାଟୋ ପ୍ୟୁରୀ ପକାଇ ଦିଅନ୍ତୁ।

ଏବେ ହଳଦୀ ଏବଂ ଆଳୁ ପକାନ୍ତୁ। ପାଣି ପକାଇ ମିଡିୟମ୍‌ ଫ୍ଲେମରେ ପରିବାକୁ ସିଝିବାକୁ ଛାଡନ୍ତୁ। ଯେତେବେଳେ ପରିବା ସିଝି ଆସିବ ସେତେବେଳେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଯଦି ଆପଣ ରସୁଣ ଫ୍ଲେବର ଅଲଗା ଭାବେ ନେବାକୁ ଚାହୁଁଛନ୍ତି ତାହେଲେ ଏକ ଚାମଚ ଘିଅ ଗରମ କରି ସେଥିରେ ସୁଖିଲା ଲଙ୍କା ଏବଂ ରସୁଣ କୋଲା ପକାଇ ତଡକା ଦିଅନ୍ତୁ। ଏହାପରେ ଏହି ତଡକାକୁ ନେଇ ତରକାରୀ ଉପରେ ପକାଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.