ଆଜି ହିଁ ଡିନରରେ ପ୍ରସ୍ତୁତ କରନ୍ତୁ “ଫୁଲ କୋବି ମନଚୁରିଆନ”, ଗରମ ଗରମ ରୁଟି ସହ ମଜା ଆସିଯିବ

ଯେଉଁ ମାନଙ୍କର ଇଣ୍ଡୋ-ଚାଇନିଜ ଖାଦ୍ୟ ଖୁବ ପସନ୍ଦ ଥିବ ସେମାନେ ମନଚୁରିଆନର ନାଁ ଶୁଣିବା ମାତ୍ରେ ତାଙ୍କ ପାଟିରୁ ଲାଲ ବାହାରି ଆସିବ । ଖାଲିଯେ ଚାଇନିଜ ଖାଦ୍ୟ ପ୍ରସ୍ତୁତ କରୁଥିବା ଲୋକେଯେ ତାହା ନୁହେଁ ପିଲା ଠାରୁ ବୁଢା ସମସ୍ତେ “କୋବି ମନଚୁରିଆନ” ଖାଇବାକୁ ଖୁବ ଭଲ ପାଆନ୍ତି । ତେବେ ଆସନ୍ତୁ ଆଜି କୋବି ମନଚୁରିନର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିରଖିବା ।

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ଗୋଟେ ମଧ୍ୟମ ଆକାରର କୋବି

୩ ରୁ ୪ କପ ମଇଦା

ଗୋଟେ ଚାମଚ କର୍ଣ୍ଣଫ୍ଲୋର

ସ୍ୱାଦ ଅନୁସାରେ ଲୁଣ

୨ ଟି ଶୁଖିଲା ଲଙ୍କା

ଗୋଟେ କଂଚା ଲଙ୍କା

ଅଧା ଚାମଚ ଲଙ୍କା ଗୁଣ୍ଡ

ଦେଢ଼ ଚାମଚ ଅଦା, ରସୁଣ ପେଷ୍ଟ

କଟା ଯାଇଥିବା ପିଆଜ

କିଛି ଚାଇନିଜ ସ୍ଲଟ

Gobi Manchurian - Indo Chinese Recipe - The Indian Claypot

୨ ଚାମଚ ସୋୟା ସସ

୨ ରୁ ୩ ଚାମଚ ଟମାଟୋ କେଚ ଅପ

ଗୋଟେ କ୍ୟାପ୍ସିକମ

ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟେ କୋବିକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ ।

ଏବେ ମଇଦା, କର୍ଣ୍ଣଫ୍ଲୋର, ଅଦା, ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ ଆଦି ଦେଇ ଗୋଳାଇ ଦିଅନ୍ତୁ ।

ଧ୍ୟାନରେ ରଖିବେ ଯେମିତି ଏହି ବ୍ୟାଟରଟି ପୁରା ବହଳିଆ ହୋଇନଥିବ କି ପୁରା ପାଣିଆ ହୋଇନଥିବ ।

ଚୂଲିରେ ଏକ ପ୍ୟାନ ବସାଇ ସେଥିରେ କିଛି ତେଲ ଗରମ କରନ୍ତୁ । କୋବିକୁ ବୁଡାଇ ତେଲରେ ସୁନେଲି ରଙ୍ଗର ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ । ଏଗୁଡ଼ିକୁ ଏକ ନାପକିନ ଗୁଡ଼ାଇ ତେଲ ନିଗାଡ଼ି ଦିଅନ୍ତୁ ।

ଏବେ ଆଉ ଏକ ପ୍ୟାନରେ କିଛି ତେଲ ଗରମ କରି ଅଦା ଓ ରସୁଣ ପେଷ୍ଟ ଦେଇଦିଅନ୍ତୁ । ସେଥିରେ ଶୁଖିଲା ଲଙ୍କା ଓ କଂଚା ଲଙ୍କା ଦିଅନ୍ତୁ ।

କିଛି ସମୟ ଭାଜିଲା ପରେ ସେଥିରେ ଏବେ କିଛି ଲୁଣ ଓ କଟା ଯାଇଥିବା କ୍ୟାପ୍ସିକମ ଦିଅନ୍ତୁ । କିଛି ସମୟ ପରେ କଟାଯାଇଥିବା ପିଆଜ ଦେଇଦିଅନ୍ତୁ ।

ଏବେ ସେଥିରେ ଚାଇନିଜ ଲୁଣ, ସୋୟା ସସ, ଟମାଟୋ ସସ ଆଦି ଦେଇଦିଅନ୍ତୁ ।

ଏବେ ସେଥିରେ ଗୋଵି ଭଜା ଗୁଡିକୁ ଦେଇ ଗୋଟେ ଚାମଚ କର୍ଣ୍ଣଫ୍ଲୋର ଛିଂଚି ଦିଅନ୍ତୁ । ଏବେ ସେଥିରେ କଟା ପିଆଜ ଦେଇ ସଜେଇ ଦିଅନ୍ତୁ ।

ଏବେ ସମସ୍ତଙ୍କୁ ଗରମ ଗରମ କୋବି ମନଚୁରିଆନ ବାଢ଼ନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.