ଲାଇଫ୍ ଷ୍ଟାଇଲ୍

ସମସ୍ତଙ୍କୁ ପସନ୍ଦ ଆସିବ ଚଣା ପନୀର, ଡିନରରେ କରନ୍ତୁ ପ୍ରସ୍ତୁତ

ମଟର ଏବଂ ପନୀରରେ ତିଆରି ତରକାରୀ ଆପଣ ପୂର୍ବରୁ ବହୁତ ଖାଇଥିବେ। ଯେମିତିକି ସାହି ପନୀର ଏବଂ କଡ଼ାଇ ପନୀର। କିନ୍ତୁ ଆଜି ଆମେ ଅପଣଙ୍କୁ ପନୀରର ଏକ ଖାସ ରେସିପି ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୩୦୦ ଗ୍ରାମ ପନୀର, ୧୦୦ ଗ୍ରାମ ସ୍ପ୍ରିଂଗ ଓନିଅନ, ୨୦ ଗ୍ରାମ ଅଦା ପେଷ୍ଟ, ୫ଟି କଞ୍ଚା ଲଙ୍କା, ୩ ଗ୍ରାମ ଲାଲ ଲଙ୍କା, ୫୦ ମିଲି ଟମାଟୋ ପିୟୁରି, ୧୦୦ ଗ୍ରାମ ମଟର, ୧୦୦ ଗ୍ରାମ ଗରମ ମସଲା, ୧୦୦ ଗ୍ରାମ ଜିରା, ୧୦ ଗ୍ରାମ ଅଦା, ୨୦ ଗ୍ରାମ ଧନିଆ ପତ୍ର, ଦୁଇ ଚାମଚ ଘିଅ ବା ତେଲ।

ପ୍ରସ୍ତୁତି ପ୍ରଣାଳୀ

ଏକ କଡ଼ାରେ ତେଲ ପକାଇ ଗରମ କରନ୍ତୁ। ଏବଂ ସେଥିରେ ପିଆଜ ପକାଇ ଭଲସେ ଭାଜି ଦିଅନ୍ତୁ। ଏହାପରେ କଟା ହୋଇଥିବା କଞ୍ଚା ଲଙ୍କା, ଲାଲ ଲଙ୍କା ଏବଂ ଲୁଣ ପକାଇ ଭାଜନ୍ତୁ। ଏହାପରେ ଟମାଟୋ ପିୟୁରି ପକାଇ ମସଲା ଚିକ୍କଣ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ମଟର ଏବଂ ଗରମ ମସଲା ପକାଇ ୫ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ପ୍ରାୟ ୨୪୦ ମିଲି ପାଣି ଦେଇ ଫୁଟାନ୍ତୁ। ଫୁଟିଗଲା ପରେ ଅଂଚକୁ ମିଡିୟମରେ ରଖି ରାନ୍ଧନ୍ତୁ। ଏବେ ପନୀରକୁ ଛୋଟ ଖଣ୍ଡରେ କାଟି ମିଶାଇ ଦିଅନ୍ତୁ। ଏହାପରେ ଲୁଣ ପକାଇ ଚଲାନ୍ତୁ। ଏହା ଉପରେ ଜିରା ଏବଂ ଗରମ ମସଲା ପକାଇ ପ୍ରାୟ ଏକ ମିନିଟ ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଛୋଲିଆ ପନୀର।

Pritiparna

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

12 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

17 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

47 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

55 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago