ଲାଇଫ୍ ଷ୍ଟାଇଲ୍

ଚିକେନ କୋରମାର ଲାଜବାବ୍‌ ସ୍ୱାଦ ଡିନରକୁ କରିବ ସ୍ପେଶାଲ

ଚିକେନପ୍ରେମୀ ମାନେ ଆଜି ଲାଜବାବ ଚିକେନ କୋରମା ବନାଇ ଖାଆନ୍ତୁ। ଆଜି ଡିନରକୁ ଯଦି ସ୍ପେଶାଲ କରିବାକୁ ଚାହୁଁଛନ୍ତି ତାହେଲେ ଘରେ ବନାନ୍ତୁ ଏହି ଖାସ୍‌ ରେସିପି। ଏହାକୁ ଆପଣ ରୁଟି ସହିତ ଖାଇପାରିବେ। ତାହେଳେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଅଧା କିଲୋ ଚିକେନ
  • ଏକ କପ୍‌ ତେଲ
  • ୨ରୁ୩ ବଡ ଚାମଚ ଘିଅ
  • ୮ଟି ଅଳେଇଚ
  • ୬ ରୁ ୭ ଟି ଲବଙ୍ଗ
  • ୨ ଟେବୁଲ ଚାମଚ ରସୁଣ
  • ଏକ ଚାମଚ ଧନିଆ ପାଉଡର
  • ୧ ଚାମଚ ଲଙ୍କା
  • ସ୍ୱାଦାନୁସାରେ ଲୁଣ
  • ୧ ଚାମଚ ଅଦା ପେଷ୍ଟ
  • ଏକ କପ୍‌ ଦହି
  • ୨ଟି ସ୍ଲାଇଡ୍‌ ପିଆଜ (ଫ୍ରାଏଡ, ଦହି ସହିତ ପେଶା ହୋଇଥିବା)
  • ଏକ ଚାମଚ ଗରମ ମସଲା
  • କେସର – ୩ ଛୋଟ ଚାମଚ (ପାଣିରେ ମିଶା ହୋଇଥିବା)
  • ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ

ଏକ ପ୍ୟାନରେ ଘିଅ ଗରମ କରନ୍ତୁ। ଏବେ ଏଥିରେ ଅଳେଇଚ, ଲବଙ୍ଗ ପକାଇ ଏହାକୁ ଭଲଭାବେ ଫ୍ରାଏ କରନ୍ତୁ। ଏହାପରେ ଏଥିରେ ଚିକେନ ପକାଇ ୨ ରୁ ୩ ମିନିଟ୍‌ ପାଇଁ ରାନ୍ଧନ୍ତୁ। ଏହାକୁ ଲଗାତର ଚଲାନ୍ତୁ। ଥରେ ଯେତେବେଳେ ଏହା ବ୍ରାଉନ ହୋଇଯିବ ସେତେବେଳେ ଏଥିରେ ଧନିଆ ଏବଂ ଲାଲ ଲଙ୍କା ପାଉଡର ପକାଇ ଦିଅନ୍ତୁ। ଏହାପରେ ସ୍ୱାଦାନୁସାରେ ଲୁଣ ପକାନ୍ତୁ। ଏବେ ଏଥିରେ ଅଦା ପେଷ୍ଟ, ଦହି ଏବଂ ଫ୍ରାଏଡ୍‌ ପିଆଜର ମିଶ୍ରଣ ପକାନ୍ତୁ। ଏହାକୁ ଗୋଟେ ମିନିଟ ପର୍ଯ୍ୟନ୍ତ ରାନ୍ଧିବାକୁ ଦିଅନ୍ତୁ। ଏହାପରେ ଗରମ ମସଲା ଏବଂ କେସର ପକାଇ ଦିଅନ୍ତୁ।

ଯଦି ଆପଣଙ୍କ ଗ୍ରେଭୀ ଗାଢ଼ ଲାଗୁଥାଏ ତାହେଲେ ଏହାକୁ ଘୋଡାଇବା ପୂର୍ବରୁ ଅଳ୍ପ ପାଣି ଦେଇଦିଅନ୍ତୁ। ମସଲା ଚିକେନ ସହିତ ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାକୁ ଧୀମା ଆଞ୍ଚରେ ୧୦ ରୁ ୧୫ ମିନିଟ ରାନ୍ଧନ୍ତୁ। ମଝିରେ ମଝିରେ ଏହାକୁ ଚଲାନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଚିକେନ କୋରମା। ଏବେ ଏଥିରେ ଧନିଆ ପତ୍ର ପକାଇ ଗରମାଗରମ ପରଷନ୍ତୁ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago