ମାତ୍ର ୫ ମିନିଟରେ ଘରେ ବନାନ୍ତୁ ଚକୋଲେଟ ଲଡୁ, ମିଳିବ ଏନର୍ଜି ଏବଂ ଟେଷ୍ଟର ଡୋଜ

ପିଲାଠାରୁ ଆରମ୍ଭ କରି ବଡ ପର୍ଯ୍ଯନ୍ତ ସମସ୍ତଙ୍କୁ ଚକୋଲେଟ ଖାଇବାକୁ ବେଶ୍ ପସନ୍ଦ କରନ୍ତି। କାହାକୁ ହ୍ବାଇଟ ଚକୋଲେଟ ତ ଆଉ କାହାକୁ ଡାର୍କ ଚକୋଲେଟ ଖାଇବାକୁ ଭଲ ଲାଗେ। ଅନେକଙ୍କୁ କ୍ରଞ୍ଚି ୱାଫର ଚକୋଲେଟ ତ ଆଉ କାହାକୁ କାରେମେଲ ଚକୋଲେଟ ଖାଇବାକୁ ପସନ୍ଦ। ଚକୋଲେଟକୁ ସଠିକ ମାତ୍ରାରେ ଖାଇବା ଦ୍ବାରା ଫାଇଦା ମିଳିଥାଏ। ତେବେ ଆସନ୍ତୁ ୫ ମିନିଟରେ ପ୍ରସ୍ତୁତ ପ୍ରୋଟିନରେ ଭରପୂର ଚକୋଲେଟ ଲଡୁ ରେସିପି ଜାଣିବା…

ଆବଶ୍ଯକ ସାମଗ୍ରୀ: ମାଇପ୍ରୋଟିନ କିମ୍ବା ହ୍ବେ ପ୍ରୋଟିନ, ପ୍ରି ପ୍ରୋଟିନ ଆଇସୋଲେଟ ଚକୋଲେଟ, ୧୦ଟି ଅଖରୋଟ, ୧୦ଟି ବାଦାମ, ୧୫ଟି ଖଜୁରୀ, ଦେଢ ଟେବୁଲସ୍ପୁନ ପିନଟ ବଟର, ୧ ଟେବୁଲସ୍ପୁନ ଧଳା ରାଶି, ୩ ଚାମଚ ପାଣି।

ladu

ପ୍ରସ୍ତୁତି ପ୍ରଣାଳୀ: ସମସ୍ତ ନଟସକୁ ଶୁଖିଲା ଅଳ୍ପ ଭାଜି ଦିଅନ୍ତି। ଧଳା ରାଶିକୁ ଅଲଗା ଭାଜି ରଖନ୍ତୁ। ତା’ ପରେ ଖଜୁରୀ, ପ୍ରୋଟିନ ପାଉଡର, ପାଣି ଏବଂ ପିନଟ ବଟର ଏକାସାଙ୍ଗରେ ଗ୍ରାଇଣ୍ଡିଂ କରିଦିଅନ୍ତି। ଭଲ ଭାବେ ଗ୍ରାଇଣ୍ଡିଂ କରିବେ ନାହିଁ। ଏହି ମିଶ୍ରଣକୁ ୬ ଅଲଗା ଅଲଗା ଭାଗରେ ବାଣ୍ଟିଦିଅନ୍ତି। ଏବେ ହାତ ସାହାଯ୍ଯରେ ଲଡୁ ତିଆରି କରିଦିଅନ୍ତୁ। ପ୍ରତିଟି ଲଡୁକୁ ଭଜା ହୋଇଥିବା ଧଳା ରାଶିରେ କୋଟ୍ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚକୋଲେଟ ଲଡୁ। ଏହାକୁ ଫ୍ରିଜରେ ଷ୍ଟୋର କରନ୍ତୁ। ୱାର୍କଆଉଟ କିମ୍ବା ଯୋଗ ପୂର୍ବରୁ ହେଉ ଅବା ପରେ ଖାଆନ୍ତୁ।