କ୍ରିସମାସ୍‌ ଉପଲକ୍ଷେ ବନାନ୍ତୁ କଫି ଫୃଟ୍‌ କେକ, ମିନିଟରେ ହେବ ପ୍ରସ୍ତୁତ

କ୍ରିସମାସ୍‌ ନାମ ଶୁଣିବା ମାତ୍ରକେ ହିଁ ସାଣ୍ଟା କ୍ଲଜ୍‌, ଗିଫ୍ଟସ, କେକ୍‌, ମସ୍ତି ଏବଂ ଟେଷ୍ଟୀ ଡିସ୍‌ ସାମ୍ନାକୁ ଆସିଯାଏ। କ୍ରିସମାସ ଦିନକୁ ଖାସ୍‌ କରିବା ପାଇଁ ଟ୍ରାଡିସନାଲ ଟେଷ୍ଟୀ ଡିସରେ କେକ୍‌ ପ୍ରସ୍ତୁତ କରାଯାଏ। ଏହି ଖାସ୍‌ ମଉକାରେ କେକ୍‌ ନିଶ୍ଚୟ ପ୍ରସ୍ତୁତ କରାଯାଏ। ତାହେଲେ ବିଳମ୍ବ ନ କରି ଆସନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଅଟା – ୧ କପ୍‌
କୋକୋ ପାଉଡର – ୩ ଚାମଚ
କଫି ଆସେନ୍ସ – ୧ ବଡ ଚାମଚ
ମିକ୍ସ ସୁଖିଲା ଖୁଆ – ୩ କପ୍‌
କଫି ପାଉଡର – ୨ ବଡ ଚାମଚ
ଚିନି – ୧ କପ୍‌
କ୍ଷୀର – ଦେଢ଼ କପ୍‌

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ ଏକ ପାତ୍ରରେ ସୁଖିଲା ଖୁଆ, କଫି ଆସେନ୍ସ, କଫି ପାଉଡର ଏବଂ କ୍ଷୀରକୁ ମିଶାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ଏହାକୁ ଘୋଡାଇ ଦେଇ ରାତି ସାରା ରଖିଦିଅନ୍ତୁ।
  • ପରଦିନ ଓଭନକୁ ୧୬୦ ଡିଗ୍ରୀ ପ୍ରିହିଟ କରନ୍ତୁ। ଏହାପରେ କେକ ଟିନରେ ବେକିଙ୍ଗ୍‌ ପେପର ଲଗାଇ ରଖିଦିଅନ୍ତୁ।
  • ଏବେ ଭିଜା ଡ୍ରାଏ ଫୃଟ୍ସରେ ଅଟା, କୋକୋ ପାଉଡର ଏବଂ ଚିନି ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  • ଏହାପରେ ଏହି ମିଶ୍ରଣକୁ କେକ ଟିନରେ ପକାଇ ୫୦-୫୫ ମିନିଟ୍‌ ପର୍ଯ୍ୟନ୍ତ ବେକ୍‌ କରନ୍ତୁ। କେକ୍‌ ପ୍ରସ୍ତୁତ ହୋଇଯିବା ପରେ ଟୁଥପିକରେ ଚେକ କରନ୍ତୁ ଯେ ବେକ ହୋଇଛି ନା ନାହିଁ।
  • ଯଦି କେକ ଭଲଭାବେ ହୋଇନଥିବ ତାହେଲେ ଏହାକୁ ପ୍ରାୟ ୫-୭ ମିନିଟ ଆହୁରି ବେକ ହେବା ପାଇଁ ଦିଅନ୍ତୁ।
  • ଯେତେବେଳେ କେକ ପ୍ରସ୍ତୁତ ହୋଇଯିବ ସେତେବେଳେ ଆପଣ ଏଥିରେ ନିଜ ମନ ପସନ୍ଦର କ୍ରିମ ଲଗାଇ ଡେକୋରେଟ୍‌ କରିପାରିବେ। ନିଅନ୍ତୁ ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି କଫି ଫୃଟ କ୍ରିସମାସ କେକ୍‌ ପ୍ରସ୍ତୁତ ହୋଇଯାଇଛି।
You might also like