ବିନା ତେଲରେ ପ୍ରସ୍ତୁତ କରନ୍ତୁ ସିଙ୍ଗଡା, ହେଲଦି ବି ଟେଷ୍ଟି ବି

ଆବଶ୍ୟକ ସାମଗ୍ରୀ

  • ଏକ କପ୍ ମଇଦା
  • ୨-୪ଟି ସିଝା ଆଳୁ
  • ଏକ କପ୍ ପନୀର
  • ୧/୪ ଚାମଚ ଧନିଆ ପାଉଡର
  • ୧ ଚାମଚ ଚାଟ ମସଲା
  • ୧/୪ ଚାମଚ ଗରମ ମସଲା
  • ଲୁଣ ସ୍ୱାଦାନୁସାରେ
  • ତେଲ ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପାତ୍ରରେ ମଇଦା, ଲୁଣ ଏବଂ ଅଳ୍ପ ପାଣି ପକାଇ ଅଟା ଭଳି ଚକଟନ୍ତୁ। ଅନ୍ୟ ପାତ୍ରରେ ଆଳୁ, ପନୀର, ଲାଲ ଲଙ୍କା ପାଉଡର, ଧନିଆ ପାଉଡର, ଚାଟ ମସଲା, ଗରମ ମସଲା ଏବଂ ଲୁଣ ପକାଇ ମିକ୍ସ କରି ପୂର (ସ୍ଟଫିଙ୍ଗ) ପ୍ରସ୍ତୁତ କରନ୍ତୁ।

ଏବେ ଚକଟି ରଖିଥିବା ମଇଦାକୁ ଛୋଟ ଛୋଟ ଗୋଲା କରି ପୁରି ଭଳି ବେଲି ଦିଅନ୍ତୁ। ଏହାପରେ ଏହା ଭିତରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପୂରକୁ ଷ୍ଟଫିଙ୍ଗ୍ କରି ସିଙ୍ଗଡାର ଆକାର ଦିଅନ୍ତୁ। ଏବେ ପ୍ରେସର କୁକରରେ ଲୁଣ ଦେଇ ଏକ ଜାଲି ଷ୍ଟାଣ୍ଡ ରଖନ୍ତୁ ଏବଂ କୁକରର ଢ଼ାଙ୍କୁଣୀ ବନ୍ଦ କୀ ୧୦ ମିନିଟ ଗରମ ହେବାକ ଛାଡନ୍ତୁ।

ଏହାପରେ ଏକ ପ୍ଲେଟରେ ତେଲ ଲଗାଇ ଚିକ୍କଣ କରିଦିଅନ୍ତୁ। ଏବେ ସିଙ୍ଗଡା ଉପରେ ହାଲକା ତେଲ ଲଗାଇ ଉକ୍ତ ପ୍ଲେଟ ଉପରେ ରଖିଦିଅନ୍ତୁ। ୧୦ ମିନିଟ ପରେ କୁକରର ଢ଼ାଙ୍କୁଣୀ ହଟାଇ ସିଙ୍ଗଡା ପ୍ଲେଟକୁ ଜାଲି ଷ୍ଟାଣ୍ଡ ଉପରେ ରଖିଦିଅନ୍ତୁ। କୁକରର ଢ଼ାଙ୍କୁଣୀ ଲଗାଇ ଏହାକୁ ୧୫ ରୁ ୨୦ ମିନିଟ ପର‌୍ୟ୍ୟନ୍ତ ସେକି ଦିଅନ୍ତୁ। ପନ୍ଦର କୋଡିଏ ମିନିଟ ପରେ କୁକରରୁ କାଢ଼ି ଗରମା ଗରମ ସର୍ଭ କରନ୍ତୁ ବିନା ତେଲରେ ପ୍ରସ୍ତୁତ ହୋଇଥିବା ସିଙ୍ଗଡା। ଏହାକୁ ଆପଣ ଏୟାର ଟାଇଟ କଣ୍ଟେନରରେ ବି ଅଧିକ ଦିନ ପାଇଁ ରଖିପାରିବେ।

 

You might also like