ଆଜି ଦଶହରାରେ ଘରେ ବନାନ୍ତୁ କିଛି ନୂଆ, ପ୍ରସ୍ତୁତ କରନ୍ତୁ ଆଚାରି କୋବି

ଆବଶ୍ୟକ ସାମଗ୍ରୀ

ପ୍ରଥମେ କୋବିକୁ କାଟି ହାଲ୍କା ସିଝାଇ ଦିଅନ୍ତୁ ତାପରେ ଗରମ ପାଣିରେ କିଛି ସମୟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏହାପରେ ଏହାକୁ ବାହାର କରି ଡିପ ଫ୍ରାଏ କରନ୍ତୁ। ସେତିକି ଭିତରେ ପିଆଜ ଏବଂ ଟମାଟୋକୁ କାଟି ଦିଅନ୍ତୁ। ଏହାସହିତ ଅଦାକୁ ଏକଦମ ଛୋଟ ଛୋଟ କରି ଦିଅନ୍ତୁ, କଞ୍ଚା ଲଙ୍କାକୁ ବି ଛୋଟ କରି କାଟିଦିଅନ୍ତୁ। ଧନିଆ ପତ୍ରକୁ ବି କାଟି ଦିଅନ୍ତୁ।

ପ୍ରସ୍ତୁତ ପ୍ରଣାଳୀ

ଆଚାରି କୋବି ବନାଇବା ପାଇଁ କଡ଼ାରେ ସୋରିଷ ତେଲ ଗରମ କରନ୍ତୁ। ଏହାପରେ ଏଥିରେ ଲାଲ ଗୋଟା ଲଙ୍କା ଏବଂ ଜିରା ଓ ମେଥି ଦାନା ପକାଇ ତେଲରେ ଫୁଟିବାକୁ ଦିଅନ୍ତୁ। ଏହାପରେ ଏଥିରେ ଅଦା, କଞ୍ଚା ଲଙ୍କା ପକାଇ ଦିଅନ୍ତୁ। ଏବେ ଏଇ ସବୁକୁ ଭଲଭାବେ ସେକି ଦିଅନ୍ତୁ। ଏବେ ଏଥିରେ ପିଆଜ ପକାନ୍ତୁ, ପିଆଜକୁ ଅଧିକ ଫ୍ରାଏ କରନ୍ତୁନାହିଁ। ଏହା ଭଲଭାବେ ଭାଜି ହୋଇଗଲା ପରେ ଏଥିରେ ଟମାଟୋ ମିଶାଇ ଦିଅନ୍ତୁ। ଏହାକୁ କିଛି ସମୟ ପର୍ଯ୍ୟନ୍ତ ଘୋଡାଇ ରଖିଦିଅନ୍ତୁ। ଯଦି ଆଉ ପାଣିର ଆବଶ୍ୟକତା ପଡେ ତାହେଲେ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ। ଏବେ ୫ ରୁ ୭ ମିନିଟ ପରେ ଆପଣ ଏଥିରେ ଧନିଆ ପାଉଡର, ଲାଲ ଲଙ୍କା ପାଉଡର, ଲୁଣ, ହଳଦୀ ପାଉଡର ମିଶାଇ ଦିଅନ୍ତୁ। ଏବେ ଏହିସବୁକୁ ଭଲ ଭାବେ ଚଲାନ୍ତୁ ଏବଂ ଏଥିରେ ଆମ୍ବ ଆଚାର ମସଲାକୁ ମିସାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଆଚାରି କୋବି।।ଏହାକୁ ଆପଣ ପରଟା ନଚେତ ପୁରି ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.