ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଦହି ଭେଣ୍ଡି

ଆବଶ୍ୟକୀୟ ସାମଗ୍ରୀ

ଭେଣ୍ଡି କଟା ୧ କପ, ତେଲ ୨ ଚାମଚ, ଗୋଟିଏ ପିଆଜ, ୧ କପ ଦହି, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀଗୁଣ୍ଡ, ସୋରିଷ, କଞ୍ଚାଲଙ୍କା, ଭୃଷଙ୍ଗପତ୍ର, ଘିଅ ୧ ଚାମଚ, ଲୁଣ ସ୍ୱାଦ ଅନୁସାରେ ।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଭେଣ୍ଡି ପକାଇ ଭାଜିଦିଅନ୍ତୁ । ଭେଣ୍ଡି ଟିକିଏ ଭାଜି ହୋଇଗଲା ପରେ ସେଥିରେ କଟା ପିଆଜ ପକାଇ ବ୍ରାଉନ ହେବା ପର‌୍ୟ୍ୟନ୍ତ ଫ୍ରାଏ କରନ୍ତୁ । ତାପରେ ସେଥିରେ ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଧନିଆଗୁଣ୍ଡ, ଲୁଣ ଓ ଜିରା ପାଉଡର ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଶେଷରେ ସେଥିରେ ଦହି ପକାଇ ଧିମା ଆଞ୍ଚରେ ଅଳ୍ପ ସମୟ ପର‌୍ୟ୍ୟନ୍ତ ଗୋଳାନ୍ତୁ । ବର୍ତ୍ତମାନ ତଡକା ଲଗାଇବା ପାଇଁ ଆଉ ଏକ ପ୍ୟାନରେ ଘିଅ ଗରମ କରି ସେଥିରେ କଞ୍ଚାଲଙ୍କା, ସୋରିଷ ଓ ଭୃଷଙ୍ଗପତ୍ର ଦେଇ ଛୁଙ୍କ କରନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ଦହି ଭେଣ୍ଡି । ଏହାକୁ ଆପଣ ଗରମ ଗରମ ଭାତ କିମ୍ବା ରୁଟି ସହ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.