ଲାଇଫ୍ ଷ୍ଟାଇଲ୍

ଥରେ ବନାଇ ଚାଖନ୍ତୁ ନିଶ୍ଚୟ ପନୀର ଦମର ସ୍ୱାଦ, ବିଶ୍ୱାସ କରନ୍ତୁ ଆଙ୍ଗୁଳି ଚାଟି ଖାଇବେ

ପନୀର ଏକ ଏମିତି ଫୁଡ, ଯାହା ସହିତ ଆପଣ କୌଣସି ବି ଡିସ ବନାନ୍ତୁ ତାହା ଟେଷ୍ଟୀ ହବ ହିଁ ହବ। ଭେଜିଟେରିଆନଙ୍‌ ପାଇଁ ଏକ ବେଷ୍ଟ ଅପ୍ସନ। ଆପଣ ସାଧାରଣ ଭାବରେ ସେହି ମଟର ପନୀର ବନାଇବା ବଦଳରେ ଥରେ ଟ୍ରାଏ କରନ୍ତୁ ଦମ୍‌ ପନୀର। ଏହାର ସ୍ୱାଦ ଥରେ ଚାଖିଲେ ଆପଣଙ୍କୁ ବାରମ୍ବାର ଖାଇବାକୁ ମନ ହେବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ପନୀର, କଟା ପିଆଜ, ଅଦା-ରସୁଣ ପେଷ୍ଟ, ତେଲ, ଗୋଟା ମସଲା ଯଥା : ଗୋଟା ଡାଲଚିନି ଖଣ୍ଡ, ଚାରିଟି ଲବଙ୍ଗ, ୬ଟି କଞ୍ଚା ଲଙ୍କା, ଗରମ ମସଲା କିମ୍ବା ପନୀର ମସଲା, ଦହି, ଧନିଆ ପାଉଡର, ହଳଦି, ଜିରା ପାଉଡର, ଘିଅ, କସ୍ତୁରୀ ମେଥି, ଗୋଲ ମରୀଚ ପାଉଡର, ମଲାଇ କିମ୍ବା କ୍ରୀମ, ଲାଲ ଲଙ୍କା ପାଉଡର, ଲୁଣ, ଧନିଆ ପତ୍ର, ଫଏଲ ପେପର।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପ୍ୟାନରେ ତେଲ ନେଇ କଟା ପିଆଜକୁ ପକାଇ ଫ୍ରାଏ କରନ୍ତୁ। ଏବେ ଏହି ପିଆଜକୁ ପେସି ଦିଅନ୍ତୁ। ପ୍ୟାନରେ ଘିଅ ପକାଇ ସବୁ ଗୋଟା ମସଲା ଏବଂ ତେଜପତ୍ର ପକାଇ ଦିଅନ୍ତୁ। ମସଲା ସାମାନ୍ୟ ଭାଜି ହୋଇଗଲେ ସେଥିରେ ପିଆଜ ପେଷ୍ଟ ପକାଇ ଦିଅନ୍ତୁ। ପିଆଜକୁ ଚଲାଇ ସାମାନ୍ୟ ନରମ ହୋଇଗଲେ ଏଥିରେ ଅଦା-ରସୁଣ ପେଷ୍ଟ ଏବଂ ଲଙ୍କା ପେଷ୍ଟ ପକାଇ ଦିଅନ୍ତୁ। ଆଞ୍ଚକୁ ମିଡିୟମ୍‌ ରଖନ୍ତୁ। ପେଷ୍ଟ ଭାଜିହୋଇଗଲା ପରେ ସେଥିରେ ଜିରା ପାଉଡର, ଧନିଆ ପାଉଡର, ହଳଦି, ଲୁଣ, ଲାଲ ଲଙ୍କା, ଗରମ ମସଲା ପକାଇ ଦିଅନ୍ତୁ। ଏହିସବୁକୁ ଭଲଭାବେ ଚଲାଇ ତାହା ଉପରେ ଗୋଲ ମରୀଚ ପାଉଡର ପକାଇ ଦିଅନ୍ତୁ। ଏବେ ମସଲାରେ ପନୀର ପକାନ୍ତୁ। ଏହା ଉପରେ କ୍ରୀମ ପକାଇ ୧ ମିନିଟ୍‌ ପାଇଁ ଚଲାନ୍ତୁ ଏବଂ ଗେଭୀ ପାଇଁ ପାଣି ପକାନ୍ତୁ। ଏବେ ପ୍ୟାନରେ ଫଏଲ ପେପର ରଖନ୍ତୁ ଏବଂ ଢ଼ାଙ୍କୁଣୀ ଲଗାଇ ଦିଅନ୍ତୁ। ଧୀମା ଆଞ୍ଚରେ ପନୀରକୁ ହେବାକୁ ଦିଅନ୍ତୁ। ଏବେ ଢ଼ାଙ୍କୁଣୀ ହଟାଇ ଏଥିରେ ଅଳ୍ପ କସ୍ତୁରୀ ମେଥି, ଅଳେଇଚ ପାଉଡର ଏବଂ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ଆଉ ଥରେ ଖାଇଲେ ଏହାର ସ୍ୱାଦକୁ କେବେବି ଭୁଲିପାରିବେନି ଆପଣ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago