ଲାଇଫ୍ ଷ୍ଟାଇଲ୍

ଏହି ୫ ଜିନିଷଠାରୁ ତୁରନ୍ତ ବନାଇ ନିଅନ୍ତୁ ଦୂରତା, କିଡ୍‌ନୀ ହୋଇପାରେ ଖରାପ

ଶରୀରରେ କିଡ୍‌ନୀ ରକ୍ତକୁ ସଫା କରିବା ସହିତ ଟକ୍ସିନ୍‌କୁ ବାହାର କରିବା, ମିନେରାଲକୁ ବାଲାନ୍ସ କରିବା ଏବଂ ଫ୍ୟୁଡ୍‌କୁ ମେଣ୍ଟେନ୍‌ ରଖିବା କାମ କରିଥାଏ। ଯଦି ଆପଣଙ୍କ କିଡ୍‌ନୀ ସୁସ୍ଥ ରହିବ, ତା’ହେଲେ ଆପଣ ଅନେକ ରୋଗରୁ ଦୂରେଇ ରହି ପାରିବେ। ଚିନ୍ତା, ଅବସାଦ, ଅନିୟନ୍ତ୍ରିତ ବ୍ଲଡ୍‌ ପ୍ରେସର, ଡାଇବେଟିସ୍‌ ଯୋଗୁ ସାଧାରଣତଃ ଲୋକଙ୍କ କିଡ୍‌ନୀ ଡ୍ୟାମେଜ୍‌ ହୋଇଯାଇଥାଏ ଅଥବା ଏହା ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏମିତିରେ ଆପଣଙ୍କୁ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖିବାକୁ ହେବ। ଆସନ୍ତୁ ଜାଣିବା କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ ଆମକୁ କେଉଁ କେଉଁ ଜିନିଷଠାରୁ ଦୂରତା ରକ୍ଷା କରିବା ଉଚିତ।

ଲୁଣ: ପ୍ରତିଦିନ ୩ ଗ୍ରାମରୁ ଅଧିକ ଲୁଣ କଦାପି ସେବନ କରିବେ ନାହିଁ। ଯଦି ଆପଣଙ୍କ କିଡ୍‌ନୀ ସମ୍ବନ୍ଧୀୟ କୌଣସି ରୋଗ ଅଛି, ତା’ହେଲେ ତୁରନ୍ତ ଲୁଣ ଛାଡ଼ି ଦିଅନ୍ତୁ ନଚେତ୍‌ ବହୁତ କମ୍‌ ଖାଆନ୍ତୁ।

ଚିନି: ଅଧିକ ମାତ୍ରାରେ ଚିନି ସେବନ କରିବା ଦ୍ୱାରା ଆପଣଙ୍କ ବ୍ଲଡ୍‌ ସୁଗାର ଲେବଲ ବଢ଼ି ଯାଇପାରେ, ଯେଉଁ କାରଣରୁ କିଡ୍‌ନୀ ଉପରେ ଅଧିକ ଚାପ ପଡ଼ିଥାଏ। ତେଣୁ ଚିନିର ମାତ୍ରାକୁ କମ୍‌ କରି ଦିଅନ୍ତୁ।

ସ୍ମୋକିଙ୍ଗ୍‌: ଧୂମ୍ରପାନ କରିବା ଦ୍ୱାରା ଫୁସ୍‌ଫୁସ୍‌ ସହିତ କିଡ୍‌ନୀ ଉପରେ ମଧ୍ୟ ଅଧିକ ଚାପ ପଡ଼ିଥାଏ। ଶରୀରର ବ୍ଲଡ୍‌ ଭେସେଲ୍ସ ଅଧିକ ପ୍ରଭାବିତ ହୋଇଥାଏ, ଯଦ୍ଦ୍ଵାରା ରକ୍ତ ପ୍ରବାହ ଧିମା ହୋଇଯାଇଥାଏ ଏବଂ କିଡ୍‌ନୀ ଅଧିକ ଚାପଗ୍ରସ୍ତ ରହିଥାଏ। ଏହିପରି ଆଲ୍‌କହଲ ସେବନଠାରୁ ମଧ୍ୟ ଦୂରେଇ ରହିବା ଉଚିତ।

ପ୍ରୋଟିନ୍‌: ଯଦି ଶରୀରରେ ପ୍ରୋଟିନ୍‌ର ମାତ୍ରା ଅଧିକ ହୋଇଯାଏ, ତ କିଡ୍‌ନୀ ଉପରେ ଅଧିକ ବୋଝ ବଢ଼ି ଯାଇଥାଏ, ଯେଉଁ କାରଣରୁ ୟୁରିକ୍‌ ଏସିଡ୍‌ ସମସ୍ୟା ବି ଦେଖାଦେଇ ପାରେ। ତେଣୁ ସୀମିତ ମାତ୍ରାରେ ପ୍ରୋଟିନ୍‌ ସେବନ କରିବା ଉଚିତ। ପ୍ରୋଟିନ୍‌ ମୁଖ୍ୟତଃ ଡାଲି, କ୍ଷୀର, ଦହି, ରାଜମା, ପନିର ଆଦିରୁ ମିଳିଥାଏ।

ଟମାଟୋ: ଟମାଟୋରେ ପୋଟାସିୟମ୍‌ ଓ ଅକ୍ସାଲେଟ୍‌ ନାମକ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ, ଯାହା କିଡ୍‌ନୀ ଉପରେ ଅଧିକ ଚାପ ପକାଇଥାଏ। ଏଣୁ ଯଦି ଆପଣ ପୂର୍ବରୁ କିଡ୍‌ନୀ ରୋଗୀ, ତା’ହେଲେ ଏହାକୁ ସେବନ କରିବାଠୁ ଦୂରେଇ ରୁହନ୍ତୁ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago