ଏକଦମ୍‌ ସହଜ ତରିକାରେ ବନାନ୍ତୁ ଟେଷ୍ଟୀ ସାଣ୍ଡଓ୍ଵିଚ୍‌, ବ୍ରେକଫାଷ୍ଟରେ ନିଶ୍ଚୟ କରନ୍ତୁ ଟ୍ରାଏ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ବ୍ରେଡ – ବ୍ରାଉନ୍‌ କିମ୍ବା ହ୍ଵାଇଟ୍‌ ବ୍ରେଡ୍‌
  • ମେୟୋନିଜ୍‌
  • କାକୁଡି
  • ଟମାଟୋ
  • ଟମାଟୋ ସସ୍‌
  • ଚିଜ୍‌ (ଯଦି ନାହିଁ ତ ଏହାକୁ ସ୍କିପ୍‌ କରିପାରିବେ)
  • ଅରିଗାନୋ

ପ୍ରସ୍ତୁତି ପ୍ରଣାଳୀ

ମେୟୋନିଜରେ ଟମାଟୋ କେଚଅପ୍‌ ମିଶାଇ ଦିଅନ୍ତୁ। ଗୋଟେ ବ୍ରେଡ ନେଇ ତାଉପରେ ଏହି ମେୟୋନିଜ ମିଶା ଟମାଟୋ କେଚଅପ୍‌ ଲଗାଇ ଦିଅନ୍ତୁ। ଏହାପରେ କାକୁଡି ଏବଂ ଟମାଟୋ ଗୋଲ କରି କାଟି ଦିଅନ୍ତୁ। ଏହା ଉପରେ କଦ୍ଦୁକସ୍‌ କରାଯାଇଥିବା ଚିଜ୍‌ ଏବଂ ଅରିଗାନୋ ପକାଇ ଦିଅନ୍ତୁ। ବ୍ରେଡର ଆଉ ଗୋଟେ ସ୍ଲାଇସ୍‌ ନିଅନ୍ତୁ ଏବଂ ତାଉପରେ ମଧ୍ୟ ମେୟୋନିଜ୍‌ ଏବଂ ସସ୍‌ ମିକ୍ସ କରିଦିଅନ୍ତୁ। ଏବେ ଏହି ସାଣ୍ଡଓ୍ଵିଚକୁ ବଟର ଲଗାଇ ସେକି ଦିଅନ୍ତୁ। ଆପଣ ଚାହିଁଲେ ଏହାକୁ କଞ୍ଚା ବି ଖାଇପାରିବେ। ଯଦି ଆପଣଙ୍କ ପାଖରେ ସ୍ୱିଟ୍‌ କର୍ଣ୍ଣ ଅଛି ତାହେଲେ ମଧ୍ୟ ମିଶାଇ ପାରିବେ। ଆପଣଙ୍କ ସାଣ୍ଡଓ୍ଵିଚ୍‌ ପ୍ରସ୍ତୁତ ହୋଇଯାଇଛି।