ପିଲାଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ Egg Maggi, ବନାଇବା ପୂରା ସହଜ

ମ୍ୟାଗି କେବଳ ପିଲାଙ୍କୁ ପସନ୍ଦ ହୋଇନଥାଏ ବଡମାନଙ୍କୁ ବି ବସନ୍ଦ ଆସିଥାଏ। ମ୍ୟାଗି ଏକ ଏମିତି ଜିନିଷ ଯାହାକୁ ଟିଫିନ୍‌ ଠାରୁ ନେଇ ଡିନର ପର୍ଯ୍ୟନ୍ତ କୌଣସି ବି ସମୟରେ ବିନା ଝିନଝଟରେ ଖାଇପାରିବେ। ମ୍ୟାଗି ପସନ୍ଦ କରୁଥିବା ଲୋକ ଏହାକୁ ଅନେକ ତରିକାରେ ବନାନ୍ତି। ଆଜି ଆମେ ଆପଣଙ୍କୁ ମ୍ୟାଗି ବନାଇବାର ଏକ ନୂଆ ତରିକା ସିଖାଇବୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ମ୍ୟାଗି – ୧ ପ୍ୟାକେଟ୍‌
  • ପିଆଜ – ୧ଟି
  • କଞ୍ଚା ଲଙ୍କା – ୩ଟି (ଛୋଟ କଟା ହୋଇଥିବା)
  • ଟମାଟୋ – ୧ଟି (ଛୋଟ କଟା ହୋଇଥିବା)
  • ଅଣ୍ଡା – ୨ଟି
  • ତେଲ – ୩ ଚାମଚ୍‌
  • ମ୍ୟାଗି ମସଲା
  • ହଳଦି ପାଉଡର ୧/୨ ଚାମଚ୍‌
  • ଲଙ୍କା ପାଉଡର – ୧/୨ ଚାମଚ
  • ଲୁଣ ସ୍ୱାଦାନୁସାରେ
  • ଧନିଆ ପତ୍ର (ଛୋଟ କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଗ୍ୟାସରେ ପ୍ୟାନ୍‌ ବସାନ୍ତୁ। ପ୍ୟାନ୍‌ ଗରମ ହୋଇଗଲେ ସେଥିରେ ତେଲ ପକାନ୍ତୁ ଏବଂ ତାପରେ ପିଆଜ ଏବଂ କଞ୍ଚା ଲଙ୍କା ପକାଇ ଭାଜି ଦିଅନ୍ତୁ।
  2. କିଛି ସମୟ ଭାଜିବା ପରେ ସେଥିରେ ଟମାଟୋ ପକାନ୍ତୁ ଏବଂ ସେଥିରେ ଅଳ୍ପ ଲୁଣ ପକାନ୍ତୁ। ଲୁଣ ପକାଇଲେ ଟମାଟୋ ଜଲଦି ନରମ ହୋଇଯିବ।
  3. ଟମାଟୋ ଯେତେବେଳେ ଭଲଭାବେ ନରମ ହୋଇଯିବ ସେଥିରେ ଲଙ୍କା ପାଉଡର ଏବଂ ସ୍ୱାଦ ଅନୁସାରେ ହାଲକା ଲୁଣ ପକାଇ ଦିଅନ୍ତୁ। ଏହାକୁ କିଛି ସମୟ ପାଇଁ ଭାଜନ୍ତୁ। (ଲୁଣ ଅଧିକ ପକାଇବେନି କାହିଁକିନା ମ୍ୟାଗି ମସଲାରେ ବି ଲୁଣ ଥାଏ)
  4. ଏବେ ଅଣ୍ଡାକୁ ଭାଙ୍ଗି ମଧ୍ୟମ ଆଞ୍ଚରେ ଭୁଜିଆ ଭଳି କରି ଚଲାନ୍ତୁ।
  5. ଭାଜି ହୋଇଗଲା ପରେ ଦୁଇଟାକୁ ଭଲଭାବେ ମିଶାଇ ଦିଅନ୍ତୁ।
  6. ଏବେ ଏଥିରେ ୧/୨ ଲିଟର ପାଣି ପକାଇ ଦିଅନ୍ତୁ ଏବଂ ଫୁଟିବା ପାଇଁ ଛାଡି ଦିଅନ୍ତୁ।
  7. ଏବେ ଏଥିରେ ମ୍ୟାଗିକୁ ଭାଙ୍ଗି ପକାଇ ଦିଅନ୍ତୁ।
  8. ଏବେ ତାକୁ ଘୋଡାଇ ଦିଅନ୍ତୁ ଏବଂ ୫ ମିନିଟ ପରେ ଚାମଚରେ ଚଲାନ୍ତୁ।
  9. ଯେତେବେଳେ ମ୍ୟାଗି ସିଝିଯିବ ସେତେବେଳେ ଏଥିରେ ଧନିଆ ପତ୍ର ପକାଇ ଏକ ପାତ୍ରକୁ ବାହାର କରିଦିଅନ୍ତୁ।
  10. ଏବେ ଆପଣଙ୍କ Egg Maggi ପ୍ରସ୍ତୁତ ହୋଇଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.