ହେଲଦି ଆଉ ଟେଷ୍ଟୀ ବ୍ରେକଫାଷ୍ଟ ପାଇଁ ବନାନ୍ତୁ ଫ୍ରୁଟ ସାଣ୍ଡଓ୍ଵିଚ୍‌, ବନାଇବା ପୂରା ସହଜ

ସକାଳର ଟିଫିନ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କୁହାଯାଏ ଯେ ସକାଳର ବ୍ରେକଫାଷ୍ଟ ପୌଷ୍ଟିକ ହୋଇଥିଲେ ଏହା ପୂରା ଦିନ ଦେଖାଦେଇଥାଏ। ପ୍ରାୟ ଲୋକଙ୍କ ଘରେ ସକାଳର ଟିଫିନରେ ସାଣ୍ଡଓ୍ଵିଚ୍‌ ତିଆରି କରାଯାଏ। ଅନେକ ଥର ସାଣ୍ଡଓ୍ଵିଚ ସ୍ୱାସ୍ଥ୍ୟକର ହେବା ପରିବର୍ତ୍ତେ କ୍ଷତି ପର୍ହଚାଇଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ ଏକ ଏମିତି ସାଣ୍ଡଓ୍ଵିଚ୍‌ ରେସିପି। ଯାହା ପୋଷକ ତତ୍ତ୍ୱରେ ଭରପୂର ରହିଥାଏ। ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଫ୍ରୁଟ୍‌ ସାଣ୍ଡଓ୍ଵିଚ୍‌।

ଆବଶ୍ୟକ ସାମଗ୍ରୀ

ବ୍ରେଡ୍‌ ସ୍ଲାଇସ୍‌ – ୫
କଟା ଆମ୍ବ – ୧
କଟା ସେଓ – ୧
ଅଙ୍ଗୁର – ୮ରୁ୧୦ଟି
ମଲାଇ – ୧ ଚାମଚ୍‌
ଜାମ୍‌ – ୧ ଚାମଚ (୩-୪ ପ୍ରକାର ଭେରାଇଟୀର ନେଇପାରିବେ)
ଅଖରୋଟ୍‌ ପାଉଡର

ପ୍ରସ୍ତୁତି ପ୍ରଣାଳୀ

ପୋଷକ ତତ୍ତ୍ୱରେ ଭରପୂର ଫ୍ରୁଟ ସାଣ୍ଡଓ୍ଵିଚ୍‌ ବନାଇବା ପାଇଁ ସର୍ବପ୍ରଥମେ ବ୍ରେଡ ସ୍ଲାଇସକୁ ନିଅନ୍ତୁ ଏବଂ ତାର ଚାରି ପାଖକୁ କାଟି ନିଅନ୍ତୁ। ଏବେ ଚାରି ପ୍ରକାରର ଜାମ୍‌ ଆଣି ଅଲଗା ଅଲଗା ପାତ୍ରରେ ବାହାର କରି ରଖନ୍ତୁ। ଏବେ ଏକ ବ୍ରେଡ ସ୍ଲାଇସ ନିଅନ୍ତୁ ଏବଂ ତାର ଚାରିପଟେ ମଲାଇ ଲଗାଇ ଦିଅନ୍ତୁ। ଏବେ ୪ଟି ବ୍ରେଡ ସ୍ଲାଇସ ନିଅନ୍ତୁ ଏବଂ ତାହା ଉପରେ ୪ଟି ଅଲଗା ଅଲଗା ପ୍ରକାରର ଜାମ୍‌ ଲଗାଇ ଦିଅନ୍ତୁ। ଏବେ କାଟି ରଖିଥିବା ଆମ୍ବ, ସେଓକୁ ବ୍ରେଡ ସ୍ଲାଇସ୍‌ ଉପରେ ରଖନ୍ତୁ। ଏବେ ଫଳ ରଖିଥିବା ଏକ ବ୍ରେଡ ନିଅନ୍ତୁ ଏବଂ ତାହା ଉପରେ ଦୁଇଟି ଅନ୍ୟ ଜାମ୍‌ ଏବଂ ଫଳ ଲଗାଇ ବ୍ରେଡକୁ ତାହାଉପରେ ରଖିଦିଅନ୍ତୁ। ବ୍ରେଡ୍‌ ସ୍ଲାଇସକୁ ଗୋଟେ ଉପରେ ଗୋଟେ ରଖିବା ସମୟରେ ମଝିରେ ମଲାଇ ଲଗାଇଥିବା ବ୍ରେଡକୁ ରଖନ୍ତୁ। ଏହାପରେ ଶେଷରେ ବା ସବୁଠାରୁ ଉପରେ ବିନା ଫଳ ଥିବା ବ୍ରେଡକୁ ରଖନ୍ତୁ। ଏବେ ଏକ ଆଲୁମିନିୟମ୍‌ ଫଏଲ୍‌ ପେପର ନିଅନ୍ତୁ ସେଥିରେ ଫ୍ରୁଟ ସାଇଣ୍ଡଓ୍ଵିଚକୁ ଗୋଡାଇ ଦିଅନ୍ତୁ। ଏହାପରେ ସାଣ୍ଡଓ୍ଵିଚକୁ ଫ୍ରିଜରେ ଅଧା ଘଣ୍ଟା ପାଇଁ ରଖିଦିଅନ୍ତୁ। ନିଦ୍ଧିଁଷ୍ଟ ସମୟ ପରେ ଫ୍ରୁଟ ସାଣ୍ଡଓ୍ଵିଚ ଫ୍ରିଜରୁ ବାହାର କରି ତାକୁ ମଝିରୁ କାଟି ବ୍ରେକଫାଷ୍ଟ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.