ବନାନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲର ଜିଞ୍ଜର ଗାର୍ଲିକ ପନୀର, ସ୍ୱାଦ ଏକଦମ୍‌ ଜବରଦସ୍ତ

ଡିନରରେ ଆପଣ କିଛି ସ୍ପେଶାଲ କରିବାକୁ ଚାହୁଁଛନ୍ତି କି, ତାହେଲେ ଘରେ ଯଦି ପନୀର ଅଛି ତାହେଲେ ଆଜି ପ୍ରସ୍ତୁତ କରନ୍ତୁ ଜିଞ୍ଜର ଗାର୍ଲିକ ପନୀର। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଆପଣ ଥରେ ଖାଇଲେ ଏହାକୁ ବାରମ୍ବାର ଖାଇବାକୁ ମନ କରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ପନୀର – ୧୫୦ ଗ୍ରାମ
ଟମାଟୋ ସସ୍‌ – ୧/୨ ଚାମଚ୍‌
ଲୁଣ – ସ୍ୱାଦାନୁସାରେ
ସୋୟା ସସ୍‌ – ୧/୨ ଚାମଚ୍‌
ଅଦା ପେଷ୍ଟ – ଦେଢ଼ ଚାମଚ
ରସୁଣ ପେଷ୍ଟ – ୧/୨ ଚାମଚ
ଲାଲ ଲଙ୍କା ପାଉଡର – ଦେଢ଼ ଚାମଚ୍‌
ଗରମ ମସଲା – ୧/୨ ଚାମଚ
ତେଲ – ଛାଣିବା ପାଇଁ
ହଳଦୀ – ଦେଢ଼ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

  • ଜିଞ୍ଜର ଗାର୍ଲିକ ପନୀର ବନାଇବା ପାଇଁ ପ୍ରଥମେ ଆପଣ ପନୀରକୁ କାଟି ଏକ ପାତ୍ରରେ ରଖିନିଅନ୍ତୁ।
  • ଏହାପରେ ଏକ ପାତ୍ରରେ ସମସ୍ତ ସାମଗ୍ରୀକୁ ପକାଇ ଭଲଭାବେ ମିକ୍ସ କରି କିଛି ସମୟ ମସଲାକୁ ଫ୍ରାଏ କରନ୍ତୁ।
  • ଏବେ ଆପଣ ମିଶ୍ରଣରେ ପନୀରକୁ ପକାଇ କିଛି ସମୟ ପାଇଁ ଛାଡିଦିଯଅନ୍ତୁ।
  • ଏହାପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହେଲେ ମ୍ୟାରିନେଟ୍‌ କରି ରଖିଥିବା ପନୀର ଖଣ୍ଡକୁ ପକାଇ ଭଲଭାବେ ଫ୍ରାଏ କରିଦିଅନ୍ତୁ।
  • ଏହାକୁ କିଛି ସମୟ ଫ୍ରାଏ କରିବା ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ।
  • ଏବେ ଏହାକୁ ପ୍ଲେଟରେ ବାହାର କରି ଚଟଣୀ କିମ୍ବା ସସ୍‌ ସହିତ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.