ଚା ପ୍ରେମୀ ଯଦି ତାହେଲେ ଥରେ ବନାଇ ପିଅନ୍ତୁ ଗୋଲାପ ଚା, ମିନିଟରେ ହେବ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ

  • ଦେଢ଼ କପ୍‌ ପାଣି
  • ୧ ଇଞ୍ଚ୍‌ ଅଦା (କଦ୍ଦୁକ୍ସ ହୋଇଥିବା)
  • ୧ ଇଞ୍ଚ ଡାଲିଚିନି ଷ୍ଟିକ
  • ୨-୩ଟି ଲବଙ୍ଗ
  • ୫-୬ଟି ଗୋଲାପ ପାଖୁଡା
  • ୩ ବଡ ଚାମଚ ସ୍ୱିଟରନର
  • ୩,୪ ଚାମଚ ଅଳେଇଚ
  • ୨ କପ୍‌ କ୍ଷୀର
  • ୫-୬ଟି ତୁଳସୀ ପତ୍ର

ପ୍ରସ୍ତୁତି ପ୍ରଣାଳୀ

ଭିଡିଓ ମୁତାବକ ଗୋଲାପ ଚା ବନାଇବା ପାଇଁ ଆପଣ ସର୍ବପ୍ରଥମେ ପାଣି ଗରମ କରନ୍ତୁ ଏବଂ ତାପରେ ଏଥିରେ ଅଦା, ଡାଲଚିନି, ଅଳେଇଚ ଏବଂ ଗୋଲାପ ପତ୍ର ପକାଇ ଦିଅନ୍ତୁ। ଏହାପରେ ଏଥିରେ ଚା ପତି ଏବଂ ଚିନି ପକାଇ ଦିଅନ୍ତୁ। ଏହାପରେ ଚାରେ କ୍ଷୀର ମିଶାନ୍ତୁ ଏବଂ ଫୁଟିଆସିବା ପରେ ତୁଳସୀ ପତ୍ର ପକାନ୍ତୁ। ଚାକୁ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଏବଂ ଗୋଲାପ ଚା ପ୍ରସ୍ତୁତ ହୋଇଯାଇଛି। ଏହାକୁ ଛାଣି ସର୍ଭ କରନ୍ତୁ।