ଅଁଳା ପାଣିରେ କେଶକୁ କରନ୍ତୁ ଘନ, ଲମ୍ବା ଓ ମଜଭୁତ! କେବଳ ଜାଣି ରଖନ୍ତୁ କେମିତି ହୋଇଥାଏ ବ୍ୟବହାର…

କେଶକୁ ଲମ୍ବା ଏବଂ ଘନ କରିବାକୁ କାହାର ବା ଇଚ୍ଛା ନ ଥାଏ। ଏହି ଇଚ୍ଛାକୁ ପୂରଣ କରି ପାରିବ ଅଁଳା। କାରଣ, ଅଁଳାରେ ରହିଛି ଆଇରନ୍, ଫସଫରସ୍, କ୍ୟାଲସିୟମ୍, ଭିଟାମିନ୍ ସି ଭଳି ଅନେକ ଜରୁରୀ ପୋଷକ ତତ୍ତ୍ୱ, ଯାହା କେବଳ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ନୁହେଁ, ବରଂ କେଶକୁ ଅନେକ ସମସ୍ୟାରୁ ମଧ୍ୟ ଦୂରେଇ ରଖି ପାରିବ। ଆଜି ଆମେ ଆପଣଙ୍କୁ ଅଁଳା ପାଣିର ଫାଇଦା ବିଷୟରେ କହିବୁ। ଆସନ୍ତୁ ଜାଣିବା, ଏହାକୁ କିପରି ନିଜ କେଶରେ ବ୍ୟବହାର କରାଯାଇ ପାରିବ।

-ରୂପି ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକେ ଅଁଳା ପାଣି ବ୍ୟବହାର କରି ଏହି ସମସ୍ୟାକୁ ଦୂର କରି ପାରିବେ। ଏଥିପାଇଁ ଆପଣଙ୍କୁ ପ୍ରଥମେ ଅଁଳାରୁ ପାଣି ବାହାର କରିବାକୁ ହେବ ଏବଂ ଏହି ପାଣିକୁ ଏକ ବ୍ରଶ ମାଧ୍ୟମରେ ଆପଣଙ୍କ କେଶରେ ଲଗାଇବାକୁ ପଡ଼ିବ। ଯେତେବେଳେ ପାଣି ଶୁଖିଯିବ, ତ ଆପଣ କେଶକୁ ଧୋଇ ଦେବେ। ଆପଣ ଚାହିଁଲେ କେଶ ଧୋଇବା ପାଇଁ ମାଇଲ୍ଡ ସାମ୍ପୁ ମଧ୍ୟ ବ୍ୟବହାର କରି ପାରିବେ।

-କେଶକୁ କଳା କରିବା ପାଇଁ ଆପଣ ମେହେନ୍ଦୀ ସହିତ ଅଁଳା ପାଣି ମିଶାଇ ନିଜ କେଶରେ ଲଗାଇ ପାରିବେ। ଏଥିପାଇଁ ଆପଣଙ୍କୁ ଏକ ପାତ୍ରରେ ମେହେନ୍ଦୀକୁ ଅଁଳା ପାଣିରେ ଗୋଳାଇବାକୁ ହେବ ଏବଂ ଏହାପରେ ପ୍ରସ୍ତୁତ ମିଶ୍ରଣକୁ କେଶରେ ଲଗାଇବାକୁ ପଡିବ। ଯେତେବେଳେ ମିଶ୍ରଣ ଶୁଖିଯିବ, ସେତେବେଳେ ନିଜ କେଶକୁ ସାଧାରଣ ପାଣି କିମ୍ବା ମାଇଲ୍ଡ ସାମ୍ପୁରେ ଧୋଇ ନେବେ। ଏମିତି କରିବା ଦ୍ୱାରା ନା କେବଳ କେଶ ଲମ୍ବା ହେବ, ବରଂ କେଶ ମୂଳ ମଧ୍ୟ ମଜଭୁତ ହୋଇ ପାରିବ।

-କେଶକୁ ମଜଭୁତ କରିବା ପାଇଁ ଆପଣ କେଶରେ ଅଁଳା ପାଣି ସହିତ ଅଁଳା ପାଉଡର୍‌କୁ ମିଶାଇ ଲଗାଇ ପାରିବେ। ଏହି ମିଶ୍ରଣକୁ ଏକ ବ୍ରଶ ମାଧ୍ୟମରେ କେଶ ମୂଳରେ ଲଗାନ୍ତୁ। ମିଶ୍ରଣ ଶୁଖିଗଲେ, ଏହାକୁ ସାଧାରଣ ପାଣିରେ ଧୋଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ମଧ୍ୟ କେଶର ଅନେକ ସମସ୍ୟା ଦୂର ହୋଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.