ସନ୍ଧ୍ୟାରେ ଚା ସହିତ ଖାଆନ୍ତୁ ହେଲଦି ପନୀର ବ୍ରେଡ ରୋଲ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଥାଏ ଚିନ୍ତା। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ପନୀର ବ୍ରେଡ ରୋଲ ବନାଇବା ସାମଗ୍ରୀ

  • ୬ ପିସ୍‌ – ବ୍ରେଡ
  • ୧କପ୍‌ – ପନୀର
  • ୧ ଚାମଚ – ଅଦା ଏବଂ ରସୁଣ ପେଷ୍ଟ
  • ୪ କ୍ୟୁମ୍‌ – ଚିଜ୍‌
  • ୨ ଚାମଚ୍‌ – ଲାଲ ଲଙ୍କା ପାଉଡର
  • ୧/୪ ଚାମଚ – ଜିରା ପାଉଡର
  • ୧/୪ ଚାମଚ୍‌ – ଗରମ ମସଲା
  • ୨ ଚାମଚ୍‌ – ଟମାଟୋ ସସ୍‌
  • ୧/୪ ଚାମଚ୍‌ – ଆମଚୁର ପାଉଡର
  • ଧନିଆ ପତ୍ର – ଅଳ୍ପ
  • ସ୍ୱାଦାନୁସାରେ ଲୁଣ
  • ୨-୩ ଚାମଚ୍‌ – ତେଲ

bread rollପନୀର ବ୍ରେଡ୍‌ ରୋଲ ବନାଇବା ତରିକା

ପନୀର ବ୍ରେଡ ରୋଲ ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ଅଳ୍ପ ବଟର ପକାଇ ସେଥିରେ ପିଆଜକୁ ହାଲକା ଭାଜି ଦିଅନ୍ତୁ। ଏହାପରେ ସମସ୍ତ ଜିନିଷକୁ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ଏଥିରେ ପନୀର ଏବଂ ଚିଜ୍‌ ମିଶାଇ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ସ୍ଟଫିଙ୍ଗ ପାଇଁ ପୂର ପ୍ରସ୍ତୁତ ହୋଇଗଲା। ଏବେ ବ୍ରେଡର ଚାରିପାଖକୁ କାଟି ହଟାଇ ଦିଅନ୍ତୁ। ବ୍ରେଡକୁ ବେଲଣା ବାଡି ସାହାଯ୍ୟରେ ପତଳା ବେଲି ଦିଅନ୍ତୁ। ଏବେ ଏହା ଉପରେ ଗ୍ରୀନ୍‌ ଚଟଣୀ ପକାଇ ଚାରିପଟେ କରିଦିଅନ୍ତୁ। ଏହାପରେ ପନୀର ମିକ୍ସରକୁ ଏହା ଉପରେ ଲମ୍ବା କରି ରଖିଦିଅନ୍ତୁ। ଏହାପରେ ବ୍ରେଡ ଉପରେ ରଖି ତାର ରୋଲ ବନାଇ ଦିଅନ୍ତୁ ଏବଂ ତାର ଚାରି ପାଖକୁ ପାଣି ଲଗାଇ ବନ୍ଦ କରିଦିଅନ୍ତୁ। ଏବେ ଗ୍ୟାସରେ ପ୍ୟାନ୍‌ ରଖନ୍ତୁ ଏବଂ ସେଥିରେ ହାଲକା ତେଲ ପକାଇ ବ୍ରେଡ ରୋଲକୁ ମଧ୍ୟମ ଆଞ୍ଚରେ ସାମାନ୍ୟ ଫ୍ରାଏ କରନ୍ତୁ। ଏହାପରେ ଏହା ଉପରେ ତେଲ ଲଗାଇ ଓଲଟାଇ ଦିଅନ୍ତୁ। ଭଲଭାବେ ଦୁଇ ପାଖକୁ ସେକିଦିଅନ୍ତୁ। ଏବେ ଆପଣଙ୍କ ବ୍ରେଡ୍‌ ରୋଲ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ଚଟଣୀ କିମ୍ବା ସସ୍‌ ସହିତ ଗରମା ଗରମ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.