ଶୀତୁଆ ପାଗରେ ଘରେ ବନାଇ ଟେଷ୍ଟ କରନ୍ତୁ ଗରମା ଗରମ ଝୋଳ ମୋମୋଜ୍‌

ଆବଶ୍ୟକ ସାମଗ୍ରୀ

କିମା ବନାଇବା ପାଇଁ ଚିକେନ
ମଇଦା – ୧/୨ କପ୍‌
ଟମାଟୋ ପ୍ୟୁରୀ – ୧/୨ କପ୍‌
ରସୁଣ – ୧ ଚାମଚ୍‌
ଗୋଲ ମରୀଚ – ୧ ଚାମଚ୍‌
ହଳଦି – ୧ ଟେବୁଲ ଚାମଚ୍‌
ଲାଲ ଲଙ୍କା – ୧ ଚମେଚ
ତେଲ – ୧ ଟେବୁଲ ଚାମଚ
ଲୁଣ – ୧ ଟେବୁଲ ଚାମଚ
ଅଦା – ଏକ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

ଝୋଳ ମୋମୋଜ୍‌ ବନାଇବା ପାଇଁ ପ୍ରଥମେ ଆପଣଙ୍କୁ କିମା ହୋଇଥିବା ଚିକେନରେ ରସୁଣ ଏବଂ ମସଲା ପକାଇ ଭଲଭାବେ ଚକଟି ଦିଅନ୍ତୁ। ସବୁ ସାମଗ୍ରୀ ଭଲଭାବେ ମିକ୍ସ ହୋଇଗଲା ପରେ ଏହାକୁ ଅଲଗା କରି ରଖନ୍ତୁ। ଏବେ ମୋମୋଜ୍‌ ବନାଇବା ପାଇଁ ମଇଦାରେ ଲୁଣ ଏବଂ ଅଳ୍ପ ତେଲ ପକାଇ ଚକଟି ଦିଅନ୍ତୁ। ଧ୍ୟାନ ରଖନ୍ତୁ ମୋମୋଜ୍‌ ବନାଇବା ପାଇଁ ମଇଦା ଚକଟାକୁ ନରମ ରଖନ୍ତୁ।

ଏବେ ଅଟାର ଗୋଲାକୁ ନେଇ ରୁଟି ଭଳି ପତଳା କରି ବେଲି ଦିଅନ୍ତୁ। ଏହାପରେ ଏହା ମଝିରେ ପ୍ରସ୍ତୁତ ରଖିଥିବା ଚିକେନ କିମା ମିକ୍ସକୁ ପୂର ଭଳି ଭର୍ତ୍ତି କରି ମୋମୋ ଆକାର ଦିଅନ୍ତୁ। ଏହିପରି ଭାବେ ଗୋଟିଏ ଗୋଟିଏ କରି ସମସ୍ତ ମୋମୋଜକୁ ବନାଇ ଦିଅନ୍ତୁ। ଏବେ ଏହି ପ୍ରସ୍ତୁତ କରି ରଖିଥିବା ମୋମୋଜକୁ ବାମ୍ଫରେ ଦେଇ ଚୂଲାରେ ବସାନ୍ତୁ।

ମୋମୋଜ୍‌ ପ୍ରସ୍ତୁତ ହେବା ଭିତରେ ଝୋଳ ବା ଗ୍ରେଭୀ ପାଇଁ ସାମଗ୍ରୀ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ପ୍ରଥମେ ଟମାଟୋ ପ୍ୟୁରିକୁ ପ୍ୟାନରେ ବସାଇ ରାନ୍ଧନ୍ତୁ। ଯେତେବେଳେ ତାହା ଭଲ ଭାବେ ହୋଇଯିବ ସେତେବେଳେ ଏଥିରେ ଲାଲ ଲଙ୍କା, ଅଦା, ହଳଦି, ଗୋଲମରିଚ ପାଉଡର ପକାଇ ଭଲଭାବେ ମିକ୍ସ କରନ୍ତୁ। ଝୋଳ ଗାଢ଼ା ହୋଇଗଲେ ଏଥିରେ ପାଣି ପକାଇ ଆଉ ଥରେ ଭଲଭାବେ ଫୁଟିବାକୁ ଛାଡିଦିଅନ୍ତୁ। ଏବେ ପ୍ରସ୍ତୁତ ଝୋଳକୁ ଏକ ବଡ ପାତ୍ରରେ କାଢ଼ି ତାହା ଉପରେ ବନାଇ ରଖିଥିବା ମୋମୋଜକୁ ପକାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଟେଷ୍ଟୀ ମୋମୋଜ୍‌ ଝୋଳ। ଏହାକୁ ଗରମା ଗରମ ରୁଟି ସହିତ ସର୍ଭ କରନ୍ତୁ।

Leave A Reply

Your email address will not be published.