ଥଣ୍ଡା ପାଗରେ ପରଟା ସହ ଖାଆନ୍ତୁ ମେଥି ଆଳୁ କରୀ, ଏପରି କରନ୍ତୁ ପ୍ରସ୍ତୁତ

ଶୀତୁ ଋତୁରେ ସବୁଠୁ ଖାସ୍‌ ହୋଇଥାଏ ଏହି ଥଣ୍ଡା ଥଣ୍ଡା ପାଗରେ ତାଜା ତାଜା ପରିବା ମିଳିଥାଏ। ଏହି ଋତୁରେ ସାଗ ଏବଂ ପରିବା ବେଶି ଖାଇଥାନ୍ତି ଲୋକେ। ତେବେ ସାଗରେ ମେଥି ସାଗକୁ ପସନ୍ଦ କରନ୍ତି ଲୋକେ। ମେଥିକୁ ଲୋକେ ଅନେକ ଡିସ୍‌ ବନାଇ ଖାଆନ୍ତି। ତେବେ ମେଥି ଆଳୁର କରୀକୁ ପରଟା ସହିତ ଖାଇଲେ ବହୁତ ବଢ଼ିଆ ସ୍ୱାଦ ଲାଗିଥାଏ। ଏହାସହିତ ସ୍ୱାସ୍ଥ୍ୟ ପାଁ ମଧ୍ୟ ଏହା ବହୁତ ସ୍ୱାସ୍ଥ୍ୟକର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ ଏବଂ ଏହାପାଇଁ କଣ ସାମଗ୍ରୀ ଆବଶ୍ୟକ।

ଆବଶ୍ୟକ ସାମଗ୍ରୀ

  • ମେଥି ସାଗ
  • ଆଳୁ
  • ତେଲ
  • ରସୁଣ
  • କଞ୍ଚା ଲଙ୍କା
  • ଜିରା
  • ହେଙ୍ଗୁ
  • ହଳଦି ପାଉଡର
  • ଧନିଆ ପାଉଡର
  • ଲାଲ ଲଙ୍କା ପାଉଡର
  • ଗରମ ମସଲା

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ମେଥିକୁ ଭଲଭାବେ ଧୋଇ କାଟି ଦିଅନ୍ତୁ। ଏବେ କଡାରେ ତେଲ ଗରମ କରନ୍ତୁ। ଏହାପରେ ଏଥିରେ ଆଳୁ ପକାଇ ଫ୍ରାଏ କରନ୍ତୁ। ଆଳୁକୁ କିଛି ସମୟ ପାଇଁ ଘୋଡାଇ ରଖିଦିଅନ୍ତୁ। ମଝିରେ ମଝିରେ ଚଲାଇ ଦେଖନ୍ତୁ। ଯେତେବେଳେ ଆଳୁ ଭଲଭାବେ ଭାଜି ହୋଇଯିବ ସେତେବେଳେ ଏହାକୁ ବାହାରକୁ ବାହାର କରି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଆଳୁ ଯେପରି ପୋଡିନଯାଏ।
ଏବେ ଗ୍ୟାସରେ କଡା ବସାଇ ତେଲ ଗରମ କରନ୍ତୁ। ଏଥିରେ ହେଙ୍ଗୁ ଓ ଜିରା ପକାନ୍ତୁ। ଏହାପରେ ଗୋଟା ରସୁଣ ପକାନ୍ତୁ। ଏବେ ଏଥିରେ ହଳଦି ପାଉଡର, ଲାଲ ଲଙ୍କା ପାଉଡର, ଧନିଆ ପାଉଡର ପକାନ୍ତୁ। ଯେତେବେଳେ ମସଲା ଭାଜି ହୋଇଯିବ ଏଥିରେ ଅଳୁ ଏବଂ ମେଥି ପକାନ୍ତୁ। ଏହାକୁ ଭଲଭାବେ ଚଲାନ୍ତୁ। ଏବେ ଚିମୁଟାଏ ହଳଦି ମିଶାଇ ଧିମା ଆଞ୍ଚରେ ଫ୍ରାଏ କରନ୍ତୁ। ଯେତେବେଳେ ପରିବା ସିଝିଯିବ ସେତେବେଳେ ଗ୍ୟାସ ବନ୍ଦ କରିଦିଅନ୍ତୁ। ମେଥି କରିରେ ଟମାଟୋର ମିଠା ଚଟଣୀ ପକାଇ ଏହାର ସ୍ୱାଦକୁ ଆହୁରି ବଢ଼ାଇ ପାରିବେ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଆଳୁ ମେଥି କରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.