ନୂଆ ସ୍ୱାଦର ବନାନ୍ତୁ ଉପମା, ପ୍ରସ୍ତୁତ କରନ୍ତୁ ମିକ୍ସ ଭେଜ୍‌ ଉପମା

ସକାଳୁ ସକାଳୁ ବ୍ରେକଫାଷ୍‌ଟରେ ସ୍ୱାଦିଷ୍ଟ ଖାଦ୍ୟ ମିଳିଗଲେ ପୂରା ଦିନ ଭଲ ଲାଗିଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ସ୍ୱାଦିଷ୍ଟ ମିକ୍ସ ଭେଜ୍‌ ଉପମା ରେସିପି ନେଇ ଆସିଛୁ। ଯାହାକୁ ଆପଣ ମାତ୍ର କେଇ ମିନିଟରେ ପ୍ରସ୍ତୁତ କରିପାରିବେ। ଏହାର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଏକ କପ୍‌ ସୁଜି
  • ଗୋଟିଏ ପିଆଜ
  • ୨ଟି କଞ୍ଚା ଲଙ୍କା
  • ୨ଟି ବିନ୍ସ
  • ଗୋଟେ ଗାଜର
  • ଅଧା ସିମଲ ଲଙ୍କା
  • ଅଳ୍ପ ଧନିଆ ପତ୍ର
  • ୧/୪ କପ୍‌ ଗ୍ରୀନ୍‌ ମଟର
  • ଲୁଣ ସ୍ୱାଦାନୁସାରେ
  • ୨ ଟେବୁଲ ଚାମଚ
  • ୧ ଚାମଚ ସୋରିଷ
  • ୧ ଚାମଚ ଚଣା ଡାଲି
  • ଗୋଟେ ଚାମଚ ବିରି ଡାଲି
  • ଅଳ୍ପ ଭୃଶଙ୍ଗ ପତ୍ର

upmaପ୍ରସ୍ତୁତି ପ୍ରଣାଳୀ

  • ପ୍ୟାନରେ ବିନା ଘିଅ ପକାଇ ସୁଜିକୁ ପ୍ରଥମେ ଭାଜି ଦିଅନ୍ତୁ।
  • ଭଜା ସୁଜିକୁ ବାହାର କରି ସେହି ପ୍ୟାନରେ ଘିଅ ବା ତେଲ ପକାଇ ଦିଅନ୍ତୁ।
  • ତେଲ ଗରମ ହେବା ପରେ ସେଥିରେ ସୋରିଷ ଏବଂ ଭୃଷଙ୍ଗ ପତ୍ର ଛୁଙ୍କ ଦିଅନ୍ତୁ।
  • ଚଣା ଡାଲି ଏବଂ ବିରି ଡାଲିକୁ ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ।
  • ପିଆଜ ପକାଇ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
  • ଏହାପରେ ସବୁ ପରିବାକୁ ଛୋଟ ଛୋଟ ସାଇଜରେ କାଟି ପକାନ୍ତୁ।
  • ଏହାକୁ ୨ରୁ୩ ମିନିଟ୍‌ ଘୋଡାଇ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
  • ଭାଜି ରଖିଥିବା ସୁଜି, ଲୁଣ ଏବଂ ଆବଶ୍ୟକ ଅନୁସାରେ ପାଣି ପକାଇ ଧୀମା ଆଞ୍ଚରେ ୫-୬ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ସିଝାନ୍ତୁ।
  • ମଝିରେ ମଝିରେ ଏହାର ଘୋଡଣି ବାହାର କରି ଚଲାନ୍ତୁ। ଯେତେବେଳେ ପାଣି ସୁଖିଯିବ ସେତେବେଳେ ଆଞ୍ଚ ବନ୍ଦ କରିଦିଅନ୍ତୁ।
  • ଧନିଆ ପତ୍ରରେ ଗାର୍ନିସ କରି ଏହାକୁ ଗରମ ଗରମା ସର୍ଭ କରନ୍ତୁ।
Leave A Reply

Your email address will not be published.