ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ଆଜି ସାରା ଦେଶ ବହୁ ଧୂମଧାମରେ କରୋନା ନିୟମ ମାନି ପାଳନ କରୁଛି। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନଡିଆ ପାକ ରେସିପି ନେଇ ଆସିଛୁ। ଏହାକୁ ଆପଣ ପ୍ରସାଦ ଭାବରେ ମଧ୍ୟ ବାଳଗୋପାଳଙ୍କୁ ଭୋଗ ଲଗାଇପାରିବେ। ସେହିପରି ଯଦି ଘରେ ନଡିଆ ଅଛି ତାକୁ କେମିତି ଭାବରେ ବ୍ୟବହାର କରିବେ ଭାବୁଛନ୍ତି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଖୁଆ – ୧ କପ୍।, ନଡିଆ କୋରା – ଏକ କପ୍, ଖରଭୂଜ ମଞ୍ଜି – ୧ କପ୍, ଚିନି – ୨ କପ୍, ଘିଅ – ୩/୪ କପ୍, ବାଦାମ – ୧/୨ କପ୍, ଖସଖସ୍ – ୧/୪ କପ୍, ଅଳେଇଚ – ୧୦ରୁ୧୨ଟି।
ଖୁଆ, କାଜୁ, ବାଦାମ ଏବଂ ଅନ୍ୟ ଡ୍ରାଏ ଫୃଟ୍ସକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏବେ ଏକ କଡାରେ ଘିଅ ଗରମ କରନ୍ତୁ ଏବଂ ଖୁଆକୁ ଭାଜି ଦିଅନ୍ତୁ। ଧ୍ୟାନରେ ରଖନ୍ତୁ ଯେପରି ଖରଭୁଜ ମଞ୍ଜିକୁ ମଧ୍ୟ ସାମାନ୍ୟ ଭାଜି ଦିଅନ୍ତୁ। ଶୁଦ୍ଧ ଦେଶୀ ଘିଅରେ ଚିନିକୁ ଭାଜି ଦିଅନ୍ତୁ। ସିରାକୁ ମଝିରେ ମଝିରେ ଚେକ୍ କରନ୍ତୁ। ପ୍ରସ୍ତୁତ ସିରାରେ ଭାଜି ରଖିଥିବା ଖୁଆକୁ ଭଲଭାବେ ମିଶାଇ ଦିଅନ୍ତୁ। ପରେ ଏଥିରେ ଅଳେଇଚ ପାଉଡର ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଘିଅ ଲଗା ଥାଳିକୁ ବାହାର କରିଦିଅନ୍ତୁ। ଏହାପରେ ଏହାକୁ ଛୁରୀରେ ବର୍ଫିର ଆକାର ଦେଇ କାଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ସ୍ୱାଦିଷ୍ଟ ନଡିଆ ପାକ।
ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…