ବିଘ୍ନ ବିନାଶକ ଗଣେଶଙ୍କୁ ଏମିତି କରନ୍ତୁ ପ୍ରସନ୍ନ, ଭୋଗ ଲଗାନ୍ତୁ ପନୀର କ୍ଷୀରି

ପନୀର କ୍ଷୀରି ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ

୧ ଲିଟର କ୍ଷୀରି
ଏକ କପ୍‌ ପନୀର
୧ ବଡ ଚାମଚ ଚାଉଳ ଗୁଣ୍ଡ
୧ ଛୋଟ ଚାମଚ ଅଳେଇଚ ଗୁଣ୍ଡ
୧/୪ କପ୍‌ ଚିନି
ସଜାଇବା ପାଇଁ
୫ଟି କଟା ହୋଇଥିବା ବାଦାମ
୫ଟି କଟା ହୋଇଥିବା ପିସ୍ତା
୫ଟି କେସର ଧାଗା

ପ୍ରସ୍ତୁତି ପ୍ରଣାଳୀ

ପନୀରରେ ପ୍ରସ୍ତୁତ କ୍ଷୀରି ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ୧ ଲିଟର କ୍ଷୀର ନେଇ ଫୁଟାନ୍ତୁ। ଫୁଟିବା ପର୍ଯ୍ୟନ୍ତ ଚଲାନ୍ତୁ। ଏଥିରେ ବଡ ଚାମଚ ଚାଉଳ ଗୁଣ୍ଡ ପକାନ୍ତୁ। ୮-୧୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ। କ୍ଷୀରର ମିଶ୍ରଣରେ ୫-୬ ପିସ୍ତା, ୧/୪ ଚାମଚ ଅଳେଇଚ ପାଉଡର ଏବଂ ୫-୬ କେସର ପକାଇ ଚଲାନ୍ତୁ। କିଛି ମିନିଟ୍‌ ଚଲାଇବା ପରେ ୧/୪ କପ୍‌ ଚିନି ପାଉଡର ପକାନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ଚଲାନ୍ତୁ ଯେତେ ପର୍ଯ୍ୟନ୍ତ କ୍ଷୀର ଗାଢ଼ା ନହୋଇଛି। ଧୀମା ଆଞ୍ଚରେ ୧ କପ୍‌ ପନୀର ପକାନ୍ତୁ। ପନୀରକୁ ପକାଇବା ପୂର୍ବରୁ ହାତରେ ଚକଟି ଦିଅନ୍ତୁ ତାପରେ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପନୀର କ୍ଷୀରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.