ବର୍ଷା ପାଗରେ ବନାଇ ଖାଆନ୍ତୁ ପନୀର ଷ୍ଟଫଡ୍‌ ପକୋଡା, ଏକଦମ୍‌ ମଜା ଆସିଯିବ

ବର୍ଷାର କୋହଲା କୋହଲା ପାଗରେ ଯଦି ଆପଣଙ୍କର କିଛି ଗରମା ଗରମ ଖାଦ୍ୟ ଖାଇବାକୁ ଇଚ୍ଛା ହେଉଛି ତାହେଲେ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଯାହାର ସ୍ୱାଦ ଆପଣଙ୍କ ମୁହଁରେ ପାଣି ଆଣିଦେବ। ଆମେ ଆଜି ଆପଣଙ୍କୁ କହିବୁ ପନୀର ଷ୍ଟଫଡ୍‌ ପକୋଡା ବିଷୟରେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧/୪ ଗିନା ବେସନ
  • ୧/୨ ଚାମଚ ଲାଲ ଲଙ୍କା
  • ୨ଟି କଞ୍ଚା ଲଙ୍କା (କଟା ହୋଇଥିବା)
  • ୧/୪ ଚାମଚ ହେଙ୍ଗୁ
  • ପନୀର ସ୍ଲାଇସ୍‌
  • ଏକ ଚାମଚ ଚାଟ୍‌ ମସଲା

ପ୍ରସ୍ତୁତି ପ୍ରଣାଳୀ

ପନୀର ଷ୍ଟଫଡ୍‌ ପକୋଡା ବନାଇବା ପାଇଁ ପ୍ରଥମେ ବେସନ ନିଅନ୍ତୁ। ଏଥିରେ ଲୁଣ, ଲାଲ ଲଙ୍କା, ହେଙ୍ଗୁ ଏବଂ ଚାଟ୍‌ ମସଲା ଏବଂ ଧନିଆ ପତ୍ର ପକାଇ ମିକ୍ସ କରିଦିଅନ୍ତୁ। ଏବେ ପନୀରର ଛୋଟ ଖଣ୍ଡରେ ଚାଟ ମସଲା, ଲୁଣ ପକାଇ ଷ୍ଟଫିଙ୍ଗ୍‌ ପାଇଁ ରଖିଥିବା ମିଶ୍ରଣକୁ ରଖି ଅନ୍ୟ ଖଣ୍ଡେ ପନୀର ନେଇ କଭର କରି ମଇଦାରେ ଗୋଳାଇ ଦିଅନ୍ତୁ। ଏବେ ବେସନ ଘୋଳରେ ବୁଡାଇ ଗରମ ତେଲରେ ଛାଣି ଦିଅନ୍ତୁ। ଯେତେବେଳେ ଏହା ସୁନେଲୀ ରଙ୍ଗ ହୋଇଯିବ ସେତେବେଳେ ୟାକୁ ବାହାର କରି ଟମାଟୋ ସସ୍‌ କିମ୍ବା ଧନିଆ ଚଟଣୀ ସହିତ ଗରମା ଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.