ତାଓ୍ଵାରେ ବନାନ୍ତୁ ପନୀର ଟିକ୍କା, ମିନିଟରେ ହେବ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ

ପନୀର – ୨୦୦ ଗ୍ରାମ
ଦହି – ଅଧା କପ୍‌
ଲୁଣ – ସ୍ୱାଦାନୁସାରେ
ଗୋଲମରୀଚ –
ବଟର କିମ୍ବା ଘିଅ – ୧, ୧/୨ ଚାମଚ
ଜିରା ପାଉଡର – ୧/୨ ଛୋଟ ଚାମଚ
ଅଦା ପେଷ୍ଟ – ୧/୨ ଚାମଚ
ସିମଲ ଲଙ୍କା – ୧
ଟମାଟୋ – ୨
ଚାଟ ମସଲା – ୧/୨ ଛୋଟ ଚାମଚ
ଲାଲ ଲଙ୍କା ପାଉଡର – ୧/୨ ଛୋଟ ଚାମଚ ଠାରୁ ବି କମ୍‌
ଧନିଆ ପତ୍ର – ୧ ବଡ ଚାମଚ
ଲେମ୍ବୁ – ୧/୨
ପିଆଜ – ୧

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ପନୀରକୁ ବଡ ବଡ ଖଣ୍ଡରେ କାଟି ଦିଅନ୍ତୁ।
  • ଲୁଣ, ଗୋଲମରୀଚ ଏବଂ ଅଦା ପେଷ୍ଟକୁ ମିଶାଇ ଦିଅନ୍ତୁ।
  • ଦହିକୁ ଫେଣ୍ଟି ସବୁ ମସଲା ଏଥିରେ ପକାଇ ଦିଅନ୍ତୁ ଏବଂ ଭଲଭାବେ ମିଶାଇ ଦିଅନ୍ତୁ।
  • ପନୀର ଖଣ୍ଡକୁ ଏହି ମିଶ୍ରଣରେ ପକାଇ ଦିଅନ୍ତୁ ଏବଂ ୨୫-୩୦ ମିନିଟ ପାଇଁ ଘୋଡାଇ ରଖନ୍ତୁ।
  • ଏହି ଖଣ୍ଡକୁ ପ୍ଲେଟକୁ ବାହାର କରି ୧-୨ ଘଣ୍ଟା ଫ୍ରିଜରେ ରଖିଦିଅନ୍ତୁ।
  • ସିମଲା ଲଙ୍କା, ପିଆଜ ଏବଂ ଟମାଟୋକୁ ଲମ୍ବା ଏବଂ ଗୋଲ ଖଣ୍ଡରେ କାଟି ଦିଅନ୍ତୁ।
  • ଏବେ ଏକ କବାବ ଷ୍ଟିକ ନେଇ ସେଥିରେ ସିମଲ ଲଙ୍କା, ପିଆଜ ଏବଂ ପନୀର ଖଣ୍ଡକୁ ଏକ ଲାଇନରେ ଲଗାଇ ଦିଅନ୍ତୁ।
  • ତାଓ୍ଵାକୁ ଗରମ କରି ବଟର ପକାନ୍ତୁ।
  • ଏବେ ପନୀର ଷ୍ଟିକକୁ ତାଓ୍ଵା ଉପରେ ରଖନ୍ତୁ ଏବଂ ଘୋଡାଇ ଧୀମା ଆଞ୍ଚରେ ଫ୍ରାଏ କରନ୍ତୁ।
  • ମଝିରେ ମଝିରେ ଘୋଡଣି କାଢ଼ି ସବୁ ପାଖକୁ ସେକି ଦିଅନ୍ତୁ।
  • ଏହା ଭଲଭାବେ ହୋଇଗଲା ପରେ ଏହାକୁ ସର୍ଭିଙ୍ଗ୍‌ ପ୍ଲେଟକୁ ବାହାର କରନ୍ତୁ ଏବଂ ଲେମ୍ବୁ ଚିପୁଡି ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.