ମାତ୍ର ୫ ମିନିଟରେ ପ୍ରସ୍ତୁତ କରନ୍ତୁ ପାମ୍ପଡ ପିଜ୍ଜା, ପିଲା ଠାରୁ ବଡ ସମସ୍ତଙ୍କୁ ଆସିବ ପସନ୍ଦ

ପିଲା ହୁଅନ୍ତୁ ଅବା ବଡ ସମସ୍ତେ ପିଜ୍ଜାକୁ ବହୁତ ଖୁସିରେ ଖାଇଥାନ୍ତି । କେବଳ ଏହି କାରଣରୁ ଫାଷ୍ଟଫୁଡ ସାରାଦେଶରେ ବହୁତ ଡିମାଣ୍ଡ ନେଉଛି। ଏମିତି ତ ପିଜ୍ଜାର ବହୁତ ଭେରାଇଟୀ ଅଛି, କିନ୍ତୁ ଯଦି ଆପଣଙ୍କୁ କିଛି ଅଲଗା ଟ୍ରାଏ କରିବାର ଅଛି, ତାହେଲେ ଆପଣ ପାମ୍ପଡ ପିଜ୍ଜା ବନାଇ ଖାଇପାରିବେ। ସବୁଠୁ ଖାସ୍‌ କଥା ହେଉଛି ଏହାକୁ ବନାଇବା ପାଇଁ ୫ ମିନିଟ୍‌ ସମୟ ଲାଗିଥାଏ। ତାହେଲେ ଆସନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ପାମ୍ପଡ – ୨ଟି
  • ଚିଜ୍‌ (କଦ୍ଦୁକସ୍‌ ହୋଇଥିବା) – ୨ ଚାମଚ
  • ଚିଲି ଫ୍ଲେକ୍ସ – ୧/୪ ଟେବୁଲ ଚାମଚ
  • ଟମାଟୋ ସସ୍‌ – ୧ ଚାମଚ
  • ଗୋଲ ମରୀଚ ପାଉଡର – ୧/୪ ଚାମଚ୍‌
  • ଅରିଗାନୋ – ୧/୪ ଚାମଚ୍‌
  • ସିମଲା ଲଙ୍କା (କଟା ହୋଇଥିବା) – ୧/୨
  • ପିଆଜ (ଛୋଟ କଟା ହୋଇଥିବା) – ୧
  • ଗାଜର (ଛୋଟ କଟା ହୋଇଥିବା) – ୧ ଚାମଚ
  • ଟମାଟୋ (କଟା ହୋଇଥିବା) – ୧ଟି
  • ତେଲ – ୧ ଚାମଚ୍‌
  • ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ପିଆଜ, ଟମାଟୋ, ସିମଲା ଲଙ୍କା ଏବଂ ଗାଜରକୁ ନେଇ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ।
  • ଏହାପରେ ଚିଜକୁ କଦ୍ଦୁକସ କରିନିଅନ୍ତୁ।
  • ଏବେ ଏକ ମିକ୍ସିଙ୍ଗ ବାଉଲରେ ଏହି ସମସ୍ତ ପରିବାକୁ ପକାଇ ମିକ୍ସ କରିନିଅନ୍ତୁ ଏବଂ ଅଲଗା ରଖିଦିଅନ୍ତୁ।
  • ଆଉ ଗୋଟେ ପାତ୍ରରେ ଟମାଟୋ ସସ୍‌, ଚିଲ୍ଲି ଫ୍ଲେକ୍ସ ପକାଇ ଚାମଚ ସାହାଯ୍ୟରେ ମିଶାଇ ଦିଅନ୍ତୁ।
  • ଏବେ ଏହି ମିଶ୍ରଣରେ ଅରିଗାନୋ ଏବଂ ସ୍ୱାଦାନୁସାରେ ଲୁଣ ପକାଇ ଆଉ ଥରେ ମିକ୍ସ କରିଦିଅନ୍ତୁ।
  • ମିଶ୍ରଣ ବନାଇବା ପରେ ଏବେ ଏକ ନନଷ୍ଟିକ ପ୍ୟାନ/ତାଓ୍ଵା ନିଅନ୍ତୁ ଏବଂ ତାକୁ ଧୀମା ଆଞ୍ଚରେ ଗରମ କରିବା ପାଇଁ ରଖିଦିଅନ୍ତୁ।
  • ତାଓ୍ଵା ଉପରେ ଅଳ୍ପ ତେଳ ପକାଇ ତାଓ୍ଵା ସାରା ବୁଲାଇ ଦିଅନ୍ତୁ।
  • ଏବେ କଞ୍ଚା ପାମ୍ପଡ ନେଇ ତାକୁ ତାଓ୍ଵା ଉପରେ ରଖିଦିଅନ୍ତୁ ଏବଂ ତାହା ଉପରେ ଟମାଟୋ ସସ୍‌ ପେଷ୍ଟ ପକାଇ ପାମ୍ପଡ ଉପରେ ଲଗାଇ ଦିଅନ୍ତୁ।
  • ଏବେ ନନଷ୍ଟିକ ପ୍ୟାନକୁ ଘୋଡାଇ ୨-୩ ମିନିଟ୍‌ ସେକି ଦିଅନ୍ତୁ।
  • ଆପଣଙ୍କ ସ୍ୱାଦିଷ୍ଟ ପାମ୍ପଡ ପିଜ୍ଜା ପ୍ରସ୍ତୁତ ହୋଇଯାଇଛି।
Leave A Reply

Your email address will not be published.