ଘରେ ବନାନ୍ତୁ କଖାରୁ ଫେସ ସ୍କ୍ରବ, କିଛି ଦିନରେ ଦେଖିପାରିବେ ତ୍ବଚାରେ ଫରକ

କଖାରୁରେ ତିଆରି ଖାଦ୍ଯ ଭାରତର ଅନେକ ରାଜ୍ଯରେ ମିଳିଥାଏ। ଏହାକୁ ଅଲଗା ଅଲଗା ଉପାୟରେ ଖିଆଯାଏ। କଖାରୁରେ ଭିଟାମିନ ସି, ଇ, ଆଇରନ, କ୍ଯାଲିସିଅମ, ମ୍ଯାଗ୍ନେସିଅମ, ପୋଟାସିଅମ, ପ୍ରୋଟିନ, ଫାଇବର ଭଳି ପୋଷକ ତତ୍ତ୍ବ ରହିଥାଏ। ଏହା କେବଳ ଖାଇଲେ ଶରୀର ପାଇଁ ଭଲ ନୁହେଁ ବରଂ ସ୍କିନ ପାଇଁ ମଧ୍ୟ ବେଶ ଫାଇଦାଯୁକ୍ତ ହୋଇଥାଏ। ଆପଣ କଖାରୁକୁ ସ୍କ୍ରବ ଭାବେ ବ୍ଯବହାର କରିପାରିବେ। କଖାରୁ ସ୍କ୍ରବ ଲଗାଇବା ଦ୍ବାରା ତ୍ବଚାର ଡେଡ ସ୍କିନ ସେଲସ ବାହାରିଯାଏ ଏବଂ ତ୍ବଚାରେ ଥିବା ଏଜିଂ ସାଇନ୍ସ ମଧ୍ୟ କମ୍ ହୋଇଯାଏ। ତେବେ ଆସନ୍ତୁ ଜାଣିବା କଖାରୁ ସ୍କ୍ରବ କେମିତି କରିବେ ?

ଆବଶ୍ଯକ ସାମଗ୍ରୀ: କଖାରୁ, ମହୁ, ଡାଳ ଚିନି, ଓଟସ, ନଡିଆ ତେଲ, ଜୋଜୋବା ତେଲ।

ପ୍ରଥମେ କଖାରୁକୁ କାଟି ଚୋପା ଛଡାଇ ସେଥିରୁ ମଞ୍ଜି ବାହାର କରିଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡରେ ପେଷ୍ଟ ବନାଇଦିଅନ୍ତୁ। ଏହି ମିଶ୍ରଣରେ ମହୁ ମିଶାଇବା ପରେ ଡାଳଚିନି ପାଉଡର ନଡିଆ ତେଲ ଦୁଇବୁନ୍ଦା କିମ୍ବା ଜୋଜୋବା ତେଲ ମିଶାଇ ଦିଅନ୍ତୁ। ତାପରେ ଏଥିରେ ଓଟସ ମିଶାନ୍ତୁ। ଏହି ପେଷ୍ଟକୁ ଭଲଭାବେ ମିଶାଇ ମୁହଁରେ ସ୍କ୍ରବ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.