ରାତିର ବାସି ରୁଟି ନଫୋପାଡି ଏପରି ବନାନ୍ତୁ ରୁଟି ପିଜ୍ଜା

ଆବଶ୍ୟକ ସାମଗ୍ରୀ

ବାସି ରୁଟି – ୨
ସିମଲା ଲଙ୍କା – ୧
ପିଆଜ – ୧
ପିଜ୍ଜା ସସ୍‌ – ୨ ବଡ ଚାମଚ
ମୋଜରେଲା ସସ୍‌ – ୧/୨ କପ୍‌
ମିକ୍ସ ହର୍ବ୍ସ – ଆବଶ୍ୟକ ଅନୁସାରେ
ଚିଲ୍ଲୀ ଫ୍ଲେକ୍ସ – ସ୍ୱାଦ ଅନୁସାରେ
ବଟର – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ରୁଟିକୁ କଣ୍ଟା ଚାମଚ ସାହାଯ୍ୟରେ ଛୋଟ ଛୋଟ କରି କାଟି ଦିଅନ୍ତୁ।
  • ଏହାପରେ ଏହାକୁ ତାଓ୍ଵାରେ ସେକି ଦିଅନ୍ତୁ ଯେମିତି ଏହା କୁରକୁରା ହେଇଯିବ।
  • ଏବେ ଦୁଇଟି ରୁଟି ଉପରେ ପିଜ୍ଜା ସସ୍‌ ପକାନ୍ତୁ।
  • ଏବେ ପିଆଜ, ସିମଲା ଲଙ୍କା ଏବଂ ମୋଜରେଲା ଚିଜ ଲଗାନ୍ତୁ।
  • ଏହା ଉପରେ ମିକ୍ସ ହର୍ବ୍ସ ଏବଂ ଚିଲ୍ଲି ଫ୍ଲେକ୍ସ ପକାନ୍ତୁ।
  • ତାଓ୍ଵାରେ ବଟର ପକାଇ ରୁଟି ପିଜ୍ଜା ରଖି ଘୋଡାଇ ଦିଅନ୍ତୁ।
  • ଏହାକୁ ୨ରୁ୩ ମିନିଟ୍‌ ପର୍ଯ୍ୟନ୍ତ ମିଡିୟମ ଆଞ୍ଚରେ ଫ୍ରାଏ କରନ୍ତୁ।
  • ଅନ୍ୟ ରୁଟିକୁ ବି ଏମିତି ଫ୍ରାଏ କରନ୍ତୁ।
  • ଏବେ ଆପଣଙ୍କର ରୁଟି ପିଜ୍ଜା ପ୍ରସ୍ତୁତ ହୋଇଯାଇଛି।
  • ଏହାକୁ ଆପଣ ସର୍ଭିଙ୍ଗ ପ୍ଲେଟରେ ବାହାର କରି ଟମାଟୋ ସସ୍‌ ସହିତ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.