ଶ୍ରାବଣ ମାସରେ ଭଗବାନ ଶିବଙ୍କ ନିଜ ହାତ ତିଆରି ବ୍ୟଞ୍ଜନକୁ ଲଗାନ୍ତୁ ଭୋଗ, ମିନିଟରେ ହେବ ପ୍ରସ୍ତୁତ

ଶ୍ରାବଣ ମାସ ଚାଲୁଛି। ଏହି ମାସ ଭଗବାନ ଶିବଙ୍କୁ ସ୍ମରଣ କରାଯାଏ। ଏହି ସମୟରେ ଭଗବାନ ଶିବଙ୍କୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭୋଗ ଲଗାଯାଏ। ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଆଳୁ ହାଲଓ୍ଵା। ଯାହାକୁ ବନାଇବା ଅତି ସହଜ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୫୦୦ ଗ୍ରାମ ସିଝା ଆଳୁ
  • ୧ କପ୍‌ ଚିନି
  • ୪-୫ ବଡ ଚାମଚ ଦେଶି ଘିଅ
  • କଟା ହୋଇଥିବା ସୁଖିଲା ଖୁଆ (ବାଦାମ, କାଜୁ, ପିସ୍ତତା)
  • ସୁଖିଲା ନଡିଆ କୋରା
  • ୧୦ରୁ ୧୫ଟି କିସମିସ୍‌

ପ୍ରସ୍ତୁତି ପ୍ରଣାଳୀ

  1. ସିଝା ଆଳୁକୁ ଏକ ପାତ୍ରରେ ଚକଟି ଦିଅନ୍ତୁ।
  2. ଏବେ ଏକ ନନଷ୍ଟିକ ପ୍ୟାନରେ ଘିଅ ଗରମ କରନ୍ତୁ ଏବଂ ସେଥିରେ ଚକଟି ରଖିଥିବା ଆଳୁକୁ ପକାଇ ମଧ୍ୟମ ଆଞ୍ଚରେ ବସାନ୍ତୁ।
  3. ଆଳୁକୁ ଲଗାତର ଚଲାନ୍ତୁ, ଯାହାଦ୍ୱାରା ପ୍ୟାନରେ ଯେମିତି ଏହା ନଲାଗିବ।
  4. ଯେତେବେଳେ ଆଳୁ ଘିଅ ଛାଡିବାକୁ ଲାଗିବ ସେତେବେଳେ ଚିନି ମିଶାଇ ଦିଅନ୍ତୁ।
  5. ଆଳୁକୁ ଲଗାତର ଚଲାନ୍ତୁ ଯେତେ ପର୍ଯ୍ୟନ୍ତ ଚିନି ତାସହିତ ସମ୍ପୂର୍ଣ୍ଣ ଭାବେ ନମିଶିଛି।
  6. ଏବେ ଏଥିରେ କିସମିସ ଏବଂ ସୁଖିଲା ମାଓ୍ଵା ପକାଇ ୫ ମିନିଟ ପର୍ଯ୍ୟନ୍ତ ଆଉ କିଛି ସମୟ ରାନ୍ଧନ୍ତୁ।
  7. ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ଏହାକୁ ପ୍ଲେଟ କିମ୍ବା ଗିନାରେ ପକାଇ ଦିଅନ୍ତୁ।
  8. କୋରି ରଖିଥିବା ନଡିଆ କୋରାକୁ ପକାଇ ଗରମା ଗରମ ସର୍ଭ କରନ୍ତୁ।ଆପଣ ନିଜ ପସନ୍ଦ ମୁତାବକ ଏହାକୁ ଡ୍ରାଏ ଫ୍ରୁଟ୍ସ ସହ ବି ଗାର୍ନିସ କରି ସର୍ଭ କରିପାରିବେ।
Leave A Reply

Your email address will not be published.