ଶ୍ରାବଣ ଶେଷ ସୋମବାରରେ ଶିବକୁ ଲଗାନ୍ତୁ ବେସନ ଲଡୁ, ଶିବ ହୋଇଯିବେ ପ୍ରସନ୍ନ

ଆଜି ଶ୍ରାବଣର ଶେଷ ସୋମବାର। ଏବଂ ସମସ୍ତେ ଶିବଙ୍କୁ ପ୍ରସନ୍ନ କରିବାରେ ଲାଗିଛନ୍ତି। ଆଜିର ଦିନରେ ଶିବଙ୍କୁ ପୂଜା କରି ଭୋଗ ଲଗାଯାଏ ଏବଂ ବ୍ରତ ରଖାଯାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ବେସନ ଲଡୁ ବନାଇବା ରେସିପି ନେଇ ଆସିଛୁ। ଯାହାକୁ ଆପଣ ଶିବଙ୍କୁ ଭୋଗ ବି ଲଗାଇପାରିବେ। ଆପଣ ଏହାକୁ ବ୍ରତରେ ଖାଇ ବି ପାରିବେ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

ଆବଶ୍ୟକ ସାମଗ୍ରୀ

  • ୨ କପ୍‌ ବେସନ
  • ୧ କପ୍‌ ଚିନି
  • ୧ କପ୍‌ ଘିଅ
  • ୧ ଚାମଚ୍‌ ଅଳେଇଚ ପାଉଡର
  • ୧/୨ ଗିନା କାଜୁ-ବାଦାମ୍‌ (ଛୋଟ କଟା ହୋଇଥିବା)
  • ୨ ଚାମଚ ପାଣି
  • ୧ ଚାମଚ ପିସ୍ତା ବାଦାମ୍‌

ପ୍ରସ୍ତୁତି ପ୍ରଣାଳୀ

  1. ମିଡିୟମ୍‌ ଆଞ୍ଚରେ କଡା କିମ୍ବା ପ୍ୟାନ୍‌ ରଖନ୍ତୁ।
  2. ଏହାପରେ ଏଥିରେ ଘିଅ ପକାନ୍ତୁ।
  3. ଘିଅ ଗରମ ହେବା ପରେ ହିଁ ବେସନ ପକାଇ ଭଲଭାବେ ମିଶାନ୍ତୁ।
  4. ବେସନକୁ ଚଲାଇ ଧିମା ଆଞ୍ଚରେ ୧୦ ରୁ ୧୨ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ।
  5. ଯେତେବେଳେ ବେସନରୁ ବାସ୍ନା ଆସିବା ଆରମ୍ଭ କରିବ ସେତେବେଳେ ଏଥିରେ ବାଦାମ୍‌-କାଜୁ ପକାଇ ଭଲଭାବେ ମିଶାନ୍ତୁ।
  6. ଏହାପରେ ବେସନରେ ପାଣିକୁ ଚିଞ୍ଚି ଦିଅନ୍ତୁ। ଏମିତି କରିବା ଦ୍ୱାରା ବେସନ ଦାନାଦାନା ହୋଇଯିବ।
  7. ପାଣି ସୁଖିବା ପର୍ଯ୍ୟନ୍ତ ୧-୨ ମିନିଟ ପର୍ଯ୍ୟନ୍ତ ଭାଜି ଆଞ୍ଚକୁ ବନ୍ଦ କରିଦିଅନ୍ତୁ।
  8. ଏହି ମିଶ୍ରଣକୁ ଏକ ବଡ ଥାଳିକୁ ବାହାର କରିଦିଅନ୍ତୁ।
  9. ହାଲକା ଥଣ୍ଡା ହେବା ପରେ ଏଥିରେ ଚିନି ବୁରା ଏବଂଅଳେଇଚ ପାଉଡର ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
  10. ଧ୍ୟାନ ରଖିବେ ଯେ ଯେପରି ଚିନି ବେସନ ସହ ସମ୍ପୂର୍ଣ୍ଣ ଭାବେ ମିଳାଇ ଯାଇଛି।
  11. ଏବେ ଆପଣ ଏହି ମିଶ୍ରଣରୁ ମନଲାଖି ଆକାରର ଲଡୁ ବନାଇ ପାରିବେ।
  12. ଲଡୁ ଉପରେ ପିସ୍ତା ଲଗାଇ ଭଗବାନଙ୍କୁ ଭୋଗ ଲଗାନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.