ଆଜି ଘରେ ବନାନ୍ତୁ ଫିସ୍‌ ଟିକ୍କା ମସଲା, ଆପଣଙ୍କ ଡିନରକୁ କରିଦେବ ସ୍ପେଶାଲ

ଭେଜରେ ପନୀର ଟିକ୍କା ଏବଂ ନନଭେଜରେ ଚିକେନ୍‌ ଟିକ୍କା ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଫିସ୍‌ ଟିକ୍କା ରେସିପି ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨୫୦ ଗ୍ରାମ ମାଛ (କଣ୍ଟା ନଥିବା ପିସ୍‌)
  • ୧ ଚାମଚ୍‌ – ଧନିଆ ପାଉଡର
  • ୧/୨ ଚାମଚ୍‌ – କଳା ଜିରା
  • ୧/୨ କପ୍‌ – ଦହି
  • ୧ ଚାମଚ୍‌ – ଅଦା,ରସୁଣ ପେଷ୍ଟ
  • ୧ ଚାମଚ୍‌ – ଲାଲ ଲଙ୍କା ପାଉଡର
  • ଏକ ଚାମଚ୍‌ – ଗରମ ମସଲା ପାଉଡର
  • ୧/୨ ଚାମଚ୍‌ ସୋରିଷ ପାଉଡର
  • ହଦଳି ଚିମୁଟାଏ
  • ଲୁଣ – ସ୍ୱାଦାନୁସାରେ
  • ତେଲ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ଫିସ୍‌ ଟିକ୍କା ମସଲା ବନାଇବା ପାଇଁ ପ୍ରଥମେ ଆମେ ଏହାର ମସଲା ପ୍ରସ୍ତୁତ କରିବା।
  • ଏକ ପାତ୍ରରେ ଦହି, ଅଦା-ରସୁଣ ପେଷ୍ଟ, ଲୁଣ, ଲାଲ ଲଙ୍କା ପାଉଡର, ଗରମ ମସଲା ପାଉଡର, ସୋରିଷ ପାଉଡର, ଧନିଆ ପାଉଡର, କଳା ଜିରା ଏବଂ ହଳଦି ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
  • ମାଛକୁ ଭଲଭାବେ ଧୋଇ ପିସ୍‌ ପିସ୍‌ କରି କାଟି ଦିଅନ୍ତୁ। ମନେ ରଖନ୍ତୁ ଏହି ରେସିପି ବନାଇବା ପାଇଁ ଆପଣଙ୍କୁ ବୋନଲେସ୍‌ ବା କଣ୍ଟା ନଥିବା ମାଛ ନେବାକୁ ହେବ।
  • ଏହି ମାଛରେ ପ୍ରସ୍ତୁତ କରି ରଖିଥିବା ଦହିର ମିଶ୍ରଣକୁ ପକାଇ ଭଲଭାବେ ମିକ୍ସ କରିନିଅନ୍ତୁ।
  • ଏବେ ମସଲା ଲାଗିଥିବା ଫିସକୁ ଅଧା ଘଣ୍ଟା କିମ୍ବା ଗୋଟେ ଘଣ୍ଟା ପାଇଁ ମ୍ୟାରିନେଟ୍‌ କରି ରଖନ୍ତୁ।
  • ଏହାପରେ ମିଡିୟମ୍‌ ଆଞ୍ଚରେ ନନଷ୍ଟିକ ପ୍ୟାନରେ ତେଲ ପକାଇ ଗରମ ହେବାକୁ ଦିଅନ୍ତୁ।
  • ମାଛ ପିସକୁ ଟୁଥପିକ କିମ୍ବା ଷ୍ଟିକ୍ସରେ ଲଗାନ୍ତୁ ଏବଂ ଗରମ ପ୍ୟାନରେ ରଖି ଫ୍ରାଏ କରନ୍ତୁ। ମଝିରେ ମଝିରେ ଏହାକୁ ଓଲଟାଇ ସବୁ ପାଖକୁ ଭଲଭାବେ ଭାଜନ୍ତୁ।
  • ମାଛର ରଙ୍ଗ ସୁନେଲୀ ରଙ୍ଗ ହୋଇ ଆସିଲେ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।
  • ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଫିସ୍‌ ଟିକ୍କା ମସଲା। ଏହାକୁ ଆପଣ ସସ୍‌ କିମ୍ବା ଧନିଆ ଚଟଣୀ ସହିତ ସର୍ଭ କରନ୍ତୁ।