ରାକ୍ଷୀ ପୂର୍ଣ୍ଣିମାରେ ବନାନ୍ତୁ ପାଇନଆପଲ୍‌ ହାଲଓ୍ଵା, ଭାଇ ହୋଇଯିବେ ଏକଦମ୍‌ ଖୁସ୍‌

ରକ୍ଷାବନ୍ଧନ ଭାଈ ଭଉଣୀଙ୍କ ପ୍ରେମର ଦିନ ହୋଇଥାଏ। ଯାହା ବହୁତ ଖାସ୍‌ ହୋଇଥାଏ। ଆଉ ଏହି ଦିନକୁ ଆଉଟିକେ ଖାସ୍‌ କରିବାକୁ ମିଠାର କିଛି ସ୍ପେଶାଲ ଡିସ ବନାନ୍ତୁ। ତେବେ ଆଜି ଏହି ପରିପ୍ରେକ୍ଷୀରେ ଆମେ ଆପଣଙ୍କ ପାଇଁ ଆଣିଛୁ ପାଇନଆପଲ ହାଲଓ୍ଵା ବା ସପୁରୀ ହାଲଓ୍ଵା। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ପାଇନଆପଲ – ୧୦୦ ଗ୍ରାମ୍‌
  • ଚିନି – ୬୦ ଗ୍ରାମ୍‌
  • ଘିଅ – ୩ ଚାମଚ୍‌
  • ହଳଦିଆ ଫୁଡ୍‌ କଲର – ୪ ବୁନ୍ଦା
  • ପିସ୍ତା – ୧୦ଟି
  • ପନୀର – ୩୦୦ ଗ୍ରାମ୍‌

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଆପଣ ପାଇନଆପଲ ଏବଂ ପନୀରକୁ କ୍ରସ କରି ରଖିଦିଅନ୍ତୁ।
  2. ଏହାପରେ ଏକ ପ୍ୟାନ୍‌ ନିଅନ୍ତୁ ଏବଂ ସେଥିରେ ଘିଅ ପକାଇ ଗରମ କରନ୍ତୁ। ଘିଅରେ ଆପଣ କ୍ରସ କରାଯାଇଥିବା ପାଇନଆପଲ ଏବଂ ଚିଜ୍‌ ପକାଇ ସିଝାଇ ଦିଅନ୍ତୁ।
  3. ଯେମିତି ହିଁ ଏହି ଦୁଇଟି ଜିନିଷ ସିଝିଆସିବ, ସେତେବେଳେ ଏଥିରେ ଅଳ୍ପ ଫୁଡ କଲର ମିଶାଇ ଦିଅନ୍ତୁ।
  4. ଏବେ ଏଥିରେ ଚିନି ଏବଂ କେସର ମିଶାନ୍ତୁ। ଚିନି ଏବଂ କେସର ପକାଇ ମିଶ୍ରଣକୁ ୫-୧୦ ମିନିଟ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ।
  5. ଭାଜି ହେବା ପରେ ଯେମିତି ହିଁ ହାଲଓ୍ଵାର ରଙ୍ଗ ବଦଳିଯିବ ସେତେବେଳେ ଗ୍ୟାସ ବନ୍ଦ କରିଦିଅନ୍ତୁ।
  6. ଏବେ ଆପଣଙ୍କ ପାଇନଆପଲର ଟେଷ୍ଟି ହାଲଓ୍ଵା ପ୍ରସ୍ତୁତ ହୋଇଯାଇଛି। ଏଥିରେ ପିସ୍ତା ପକାଇ ଗାର୍ନିସ କରି ଗରମା ଗରମ ସର୍ଭ କରନ୍ତୁ।