ଆଜି ବନାନ୍ତୁ କିଛି ନୂଆ, ପ୍ରସ୍ତୁତ କରନ୍ତୁ ପୁରନ ପୋଲି
ସବୁବେଳେ ତ ଆମେ ନୂଆ ନୂଆ ରେସିପି ଆପଣଙ୍କ ପାଇଁ ନେଇ ଆସିଛୁ। କିନ୍ତୁ ଆଜି ଆପଣଙ୍କୁ ଏମିତି ଏକ ରେସିପି ନେଇ ଆସିଛୁ ଯାହାର ଜବରଦସ୍ତ ସ୍ୱାଦ ଥରେ ଚାଖିଲେ ଆପଣ ବାରମ୍ବାର ଖାଇବାକୁ ଇଚ୍ଛା କରିବେ। ଆମେ କହୁଛୁ ପୁରନ ପୋଲି ରେସିପି ବିଷୟରେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ପୁରନ ପୋଲି ପାଇଁ ଆବଶ୍ୟକ ସାମଗ୍ରୀ
ଚଣା ଡାଲି – ୧ କପ୍
ପାଣି – ୩ କପ୍
ଚିନି – ୧ କପ୍
ଅଳେଇଚ ପାଉଡର – ୧ ଛୋଟ ଚାମଚ
ଜାଇଫଳ – ୧ ଛୋଟ ଚାମଚ
ଅଟା ପାଇଁ ଆବଶ୍ୟକ ସାମଗ୍ରୀ
ମଇଦା – ୨ କପ୍
ଲୁଣ – ୧ ଛୋଟ ଚାମଚ
ଘିଅ – ୨ ବଡ ଚାମଚ
ପାଣି – ସ୍ୱାଦାନୁସାରେ
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ ଏକ କୁକରରେ ପାଣି ଏବଂ ଚଣା ଡାଲି ପକାଇ ୨-୪ ସିଟି ବାଜିବା ପାଇଁ ଛାଡନ୍ତୁ। ସିଟି ବାଜିବା ରେ ଏହାକୁ ଗ୍ରାଇଣ୍ଡର ଜାରରେ ଦରଦରା ପେଶି ଦିଅନ୍ତୁ।
- ଏକ ପ୍ୟାନରେ ଡାଲି ଏବଂ ଚିନି ପକାଇ ଭଲଭାବେ ମିଶାଇ ଦିଅନ୍ତୁ ଏବଂ ଧୀମା ଆଞ୍ଚରେ ରାନ୍ଧନ୍ତୁ।
- ଏହାପରେ ଏହି ମିଶ୍ରଣରେ ଅଳେଇଚ ପାଉଡର ଏବଂ ଜାଇଫଳ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ଏହାକୁ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ।
- ଏହାପରେ ଏକ ବଡ ପାତ୍ରରେ ମଇଦା, ଲୁଣ, ଘିଅ ଏବଂ ପାଣି ମିଶାଇ ଭଲଭାବେ ଅଟା ଚକଟିବା ଭଳି ଚକଟି ଦିଅନ୍ତୁ।
- ଏବେ ଏହାକୁ ଗୋଲା କରି ରୁଟି ବେଲିଲା ଭଳି ବେଲି ଦିଅନ୍ତୁ। ଏଥିରେ ଡାଲିରେ ପ୍ରସ୍ତୁତ କରିଥିବା ମିଶ୍ରଣକୁ ଭରି ରୋଟି ଭଳି ବେଲି ଦିଅନ୍ତୁ।
- ତାଓ୍ଵାକୁ ଗରମ କରି ପୁରଣ ପୋଲିକୁ ତାହା ଉପରେ ପକାଇ ଦିଅନ୍ତୁ ଏବଂ ଦୁଇ ପାଖକୁ ଘିଅ ଲଗାଇ ଗୋଲଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ସେକି ଦିଅନ୍ତୁ।
- ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ପୁରନ ପୋଲି। ଏହାକୁ ଗରମା ଗରମ ସର୍ଭ କରି ସମସ୍ତଙ୍କ ମନ ଜିତନ୍ତୁ।