ସନ୍ଧ୍ୟା ସମୟରେ ବନାନ୍ତୁ ଚଟ୍‌ପଟା ମୁଗଡାଲି ଓ ସ୍ପ୍ରିଙ୍ଗ୍‌ ଓନିୟନ ଟିକ୍କି, ସ୍ୱାଦ ଜାଣିଲେ ବାରମ୍ବାର କରିବାକୁ ଇଚ୍ଛା ହେବ

ଅନେକ ଲୋକ ମିଠା ଅପେକ୍ଷା ଚଟ୍‌ପଟା ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରି ଥାଆନ୍ତି। ସକାଳ ଜଳଖିଆ ହେଉ କି ସନ୍ଧ୍ୟା ସମୟର ସ୍ନାକ୍ସ, ଚଟ୍‌ପଟା ଖାଦ୍ୟ ଖାଇବା ପାଇଁ ଲୋକେ ଆଗ୍ରହ ଦେଖାଇ ଥାଆନ୍ତି। ଏହା ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ ଲାଗିଥାଏ। ଆଜି ଆମେ ଆପଣଙ୍କୁ ମୁଗ ଓ ସ୍ପ୍ରିଙ୍ଗ୍‌ ଓନିୟନ ଟିକ୍କିର ରେସିପି ବିଷୟରେ କହିବୁ। ଆସନ୍ତୁ ଜାଣିବା ପ୍ରସ୍ତୁତ ପ୍ରଣାଳୀ।

ଟିକ୍କି ବନାଇବାର ବିଧି

ପ୍ରଥମେ ଦେଢ଼ କପ୍‌ ମୁଗକୁ ପାଣିରେ ଭିଜାଇ ଗଜା କରନ୍ତୁ। ଏବେ ଏହାକୁ ମିକ୍ସରରେ ଅଳ୍ପ ପାଣି ଦେଇ ଦରଦରା ପେସି ନିଅନ୍ତୁ। ପେଷ୍ଟକୁ କୌଣସି ପାତ୍ରରେ ରଖନ୍ତୁ। ସେଥିରେ ଅଧା କପ୍‌ କଟା ହୋଇଥିବା ସ୍ପ୍ରିଙ୍ଗ୍‌ ଓନିୟନ ମିଶାନ୍ତୁ। ଏହାପରେ ୨ ଟିସ୍ପୁନ୍‌ କଟା କଞ୍ଚା ଲଙ୍କା, ୧ ଟିସ୍ପୁନ କଟା ରସୁଣ ମିଶାନ୍ତୁ। ଏଥିରେ ଆପଣଙ୍କୁ ପାଖାପାଖି ଅଧା କପ୍‌ ଓଟ୍‌ସ ଅଟା ମିଶାଇବାକୁ ପଡ଼ିବ। ସମସ୍ତ ଜିନିଷକୁ ଭଲ ଭାବେ ମିକ୍ସ କରି ନିଅନ୍ତୁ।

ଏବେ ଏହି ମିଶ୍ରଣକୁ ୧୨ ବରାବର ଭାଗରେ ବାଣ୍ଟି ଚଟ୍‌ପଟା ଟିକ୍କି ବନାଇ ନିଅନ୍ତୁ। ଏକ ନନ୍‌-ଷ୍ଟିକ୍‌ ତାଓ୍ଵା ଗରମ କରନ୍ତୁ। ଏହା ଉପରେ ଅଳ୍ପ ତେଲ ଲଗାଇ ଟିକ୍କିର ଦୁଇ ପାର୍ଶ୍ୱକୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହା କ୍ରିସ୍‌ପି ହେବା ଯାଏ ଭାଜନ୍ତୁ। ଏହି ସମୟରେ ଫ୍ଲେମ୍‌ ମିଡିୟମ କରି ରଖନ୍ତୁ। ଏହି ଟିକ୍କିଗୁଡ଼ିକୁ ପୋଦିନା ଚଟଣି କିମ୍ବା ଟମାଟୋ ସସ୍‌ ସହିତ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.