ରଥଯାତ୍ରା ସ୍ପେଶାଲରେ ବନାନ୍ତୁ ପନୀର ଦମ୍‌, ଘରସାରା ସମସ୍ତଙ୍କୁ ଆସିବ ପସନ୍ଦ

ପନୀର ଏକ ଏମିତି ଫୁଡ,ଯାହାକୁ ନେଇ ଅନେକ ପ୍ରକାର ଏକ୍ସପେରିମେଣ୍ଟ କରାଯାଇପାରିବ। ଭେଜିଟେରିୟାନ୍‌ ମାନଙ୍କର ପସନ୍ଦିତା ଖାଦ୍ୟରେ ପନୀର ସବୁଠୁ ବେଷ୍ଟ ଅପ୍ସନ ରହିବ। ଏହାକୁ ନେଇ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇହେବ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ପନୀର ଦମ୍‌ ରେସିପି। ଯାହାର ସ୍ୱାଦ ଥରେ ଖାଇଲେ ବାରମ୍ବାର ଖାଇବାକୁ ମନ କରିବେ।

ଆବଶ୍ୟକ ସାମଗୀ

ପନୀର, ପିଆ କଟା ହୋଇଥିବା, ଅଦା-ରସୁଣ ଏବଂ କଞ୍ଚା ଲଙ୍କା ପେଷ୍ଟ, ତେଲ, ଗୋଟା ମସଲା (୧ଡାଲିଚିନି ଖଣ୍ଡ, ଚାରିଟି ଲବଙ୍ଗ, ୬ଟି ଗ୍ରୀନ ଅଳେଇଚ, ଗରମ ମସଲା କିମ୍ବା ପନୀର ମସଲା, ଦହି, ଧନିଆ ପାଉଡର, ହଳଦି, ଜିରା ପାଉଡର, ଘିଅ, କସ୍ତୁରୀ ମେଥି, ଗୋଲ ମରୀଚ ପାଉଡର, ମଲାଇ କିମ୍ବା କ୍ରୀମ, ଲାଲ ଲଙ୍କା, ଲୁଣ, ଧନିଆ ପତ୍ର, ଫଏଲ ପେପର।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପ୍ୟାନରେ ବସାଇ ତେଲ ପକାଇ ଗରମ କରନ୍ତୁ। ଏହାପରେ ଏଥିରେ ପିଆଜ ପକାଇ ଫ୍ରାଏ କରନ୍ତୁ। ଏବେ ଏହି ପିଆଜକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ପ୍ୟାନରେ ଘିଅ ପକାଇ ସମସ୍ତ ଗୋଟା ମସଲାକୁ ପକାଇ ଦିଅନ୍ତୁ। ଯେତେବେଳେ ଏହା ଭାଜି ହୋଇଯିବ ସେତେବେଳେ ପିଆଜର ପେଷ୍ଟ ପକାଇ ଦିଅନ୍ତୁ। ପିଆଜକୁ ଭାଜି ଏଥିୋ ଅଦା-ରସୁଣ ପେଷ୍ଟ, ଲଙ୍କା ପେଷ୍ଟକୁ ପକାନ୍ତୁ। ଗ୍ୟାସକୁ ମିଡିୟମ୍‌ ଫ୍ଲେମରେ ରଖନ୍ତୁ। ପେଷ୍ଟ ଭାଜି ହୋଇଗଲା ପରେ ଏଥିରେ ଜିରା ପାଉଡର, ଧନିଆ ପାଉଡର, ହଳଦୀ, ଲୁଣ, ଲାଲ ଲଙ୍କା, ଗରମ ମସଲା ପକାନ୍ତୁ।

ଏହି ସମସ୍ତ ଜିନିଷକୁ ଭଲଭାବେ ଚଲାଇ ଦିଅନ୍ତୁ। ଏହାପରେ ଗୋଲମରୀଚ ପାଉଡର ପକାଇ ଦିଅନ୍ତୁ। ଏବେ ମସଲାରେ ପନୀର ପକାଇ ଦିଅନ୍ତୁ। ଏହାଉପରେ କ୍ରୀମ ପକାଇ ୧ ମିନିଟ ପର୍ଯ୍ୟନ୍ତ ଚଲାନ୍ତୁ। ଗୋଟେ ମିନିଟ ଚଳାଇବା ପରେ ଗ୍ରେଭୀ ପାଇଁ ପାଣି ପକାନ୍ତୁ। ଏବେ ପ୍ୟାନରେ ଫଏଲ ପେପର ରଖି ଏହାର ଢ଼ାଙ୍କୁଣୀ ଦେଇଦିଅନ୍ତୁ। ଧୀମା ଆଞ୍ଚରେ ଏହାକୁ ହେବାକୁ ଦିଅନ୍ତୁ। ଏବେ ଢ଼ାଙ୍କୁଣୀ ହଟାଇ ଅଳ୍ପ କସ୍ତୁରୀ ମେଥି, ପେଶା ହୋଇଥିବା ଗ୍ରୀନ ଅଳେଇଚ ଏବଂ ଧନିଆ ପତ୍ର ପକାଇ ଦିଅନ୍ତୁ। ଏବେ ଆପଣଙ୍କର ସ୍ୱାଦିଷ୍ଟ ପନୀର ଦମ୍‌ ରେସିପି ପ୍ରସ୍ତୁତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.