ବହୁତ କମ୍‌ ସମୟରେ ବନାନ୍ତୁ ଟେଷ୍ଟି ଟେଷ୍ଟି ସୁଜି ଚକୁଳି

ଆପଣ ବିରି ଚାଉଳ ପିଠା ଖାଇଥିବେ କିନ୍ତୁ କଣ ଆପଣ କେବେ ସୁଜି ଚକୁଳି ଖାଇଛନ୍ତି। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ। ଟେଷ୍ଟରେ ଯେମିତି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଆଜି ପ୍ରସ୍ତୁତ କରନ୍ତୁ ସୁଜି ଚକୁଳି। ତେବେ ଜାଣନ୍ତୁ ଏହାକୁ କିପରି ବନାଇବେ।

ସୁଜି ଚକୁଳି ପାଇଁ ଆବଶ୍ୟକ ସାମଗ୍ରୀ

  • ସୁଜି
  • ଆଳୁ
  • ପିଆଜ
  • ରିଫାଇନ୍‌ ତେଲ (ଆବଶ୍ୟକ ଅନୁସାରେ)
  • ଲୁଣ (ସ୍ୱାଦାନୁସାରେ)

chakuliସୁଜି ଚକୁଳି ପାଇଁ ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆଳୁକୁ ଭଳ ଭାବେ ଧୋଇ କାଟି ଦିଅନ୍ତୁ। ପିଆଜକୁ ମଧ୍ୟ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। କଟା ଆଳୁ ଓ କଟା ପିଆଜକୁ ଭଲ କରି ମିଶାଇ ଦେଇ ଏଥିରେ ସୁଜି ଆଉ ପାଣି ଦେଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ଗରମ କରନ୍ତୁ। ପ୍ୟାନ୍‌ ଗରମ ହୋଇଗଲା ପରେ ସେଥିରେ ରିଫାଇନ୍‌ ତେଲ ଭଲ କରି ଲଗାଇ ଦିଅନ୍ତୁ। ପ୍ୟାନରେ ତେଲ ଗରମ ହେଲା ପରେ ଗୋଳା ହୋଇ ରହିଥିବା ସୁଜିକୁ ପକାଇ ହାତରେ ଚାପନ୍ତୁ ଏବଂ ଚାରି ପାଖରେ ତେଲ ପକାଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ ଏହାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଏହାକୁ ଏକ ପାତ୍ରକୁ କାଢି ଗରମା ଗରମ ‘ସୁଜି ଚକୁଳି’ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.