ମାତ୍ର ୪ଟି ଜିନିଷରେ ବନାନ୍ତୁ ଟେଷ୍ଟି ଅଖରୋଟ୍ ହାଲୱା, ଜାଣନ୍ତୁ କେମିତି ?

ଆପଣମାନେ ସୁଜି ହାଲୱା ନିଶ୍ଚିତ ଖାଇଥିବେ। ଏହା ବାଦ୍ ସିମେଇ ହାଲୱା କିମ୍ବା ଗାଜର ହାଲୱା, ଲାଉ ହାଲୱା ମଧ୍ୟ ଖାଇଥିବେ। କିନ୍ତୁ ଏପରି ହାଲୱା ଖାଇ ଖାଇ ଆପଣ ଯଦି ବିରକ୍ତି ହୋଇଗଲେଣି, ତେବେ ଆପଣ ନୂଆ ରେସିପ ମଧ୍ୟ ଟେଷ୍ଟ କରିପାରିବେ। ଆପଣ କେବେ ୱାଲନଟ୍ ହାଲୱା ଟ୍ରାଏ କରିଛନ୍ତି କି ? ଯଦି କରିନାହାନ୍ତି ତେବେ ଆଜି ଅଖରୋଟରେ ପ୍ରସ୍ତୁତ ହାଲୱା ଟେଷ୍ଟ କରିପାରିବେ।

ଆବଶ୍ଯକ ସାମଗ୍ରୀ, ଅଖରୋଟ(ୱାଲନଟ୍), କ୍ଷୀର, ଘିଅ, କେସର, ଚିନି, ଗୁଜୁରାତି ପାଉଡର।

କେମିତି କରିବେ ପ୍ରସ୍ତୁତ: ପ୍ରଥମେ ଗୋଟେ ଜାଗାରେ ଅଖରୋଟ ପକାଇ ସେଥିରେ କ୍ଷୀର ପକାଇଦିଅନ୍ତୁ। ଏହାକୁ ୩୦ରୁ ୪୦ ମିନିଟ ପର୍ଯ୍ଯନ୍ତ ଭିଜାଇ ରଖନ୍ତୁ। ଭିଜା ହୋଇଥିବା ଅଖରୋଟକୁ ଗ୍ରାଇଣ୍ଡିଂ କରି ପେଷ୍ଟ କରିଦିଅନ୍ତୁ। କଢେଇରେ ଘିଅ ପକାଇ ସେଥିରେ ଅଖରୋଟ ପେଷ୍ଟ ପକାଇ ରଙ୍ଗ ବଦଳିବା ପର୍ଯ୍ଯନ୍ତ ଭଲଭାବେ ଭାଜନ୍ତୁ। ତା’ ପରେ କ୍ଷୀର ଓ କେସର ପକାଇ ଭଲ ଭାବେ ଘାଣ୍ଟନ୍ତୁ। ତା’ ପରେ ଚିନି ପକାଇ ସେଥିରେ ଗୁଜୁରାତି ପାଉଡର ପକାଇ କ୍ଷୀରକୁ ଶୁଖିଲା ପର୍ଯ୍ଯନ୍ତ ଘାଣ୍ଟନ୍ତୁ। ହୋଇଗଲା ପରେ ଏହାକୁ ଆଲମଣ୍ଡ ପକାଇ ପରଷନ୍ତୁ।