ଆଜି ଡିନରକୁ କରନ୍ତୁ ସ୍ପେଶାଲ, ମାତ୍ର କେଇ ମିନିଟରେ ପ୍ରସ୍ତୁତ କରନ୍ତୁ ଭେଜ୍‌ କିମା

ଭେଜ୍‌ କିମା ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ

  • ଫୁଲକୋବି – ଗୋଟିଏ
  • ବିନ୍ସ – ଆବଶ୍ୟକ ଅନୁସାରେ
  • ମସରୁମ୍‌ – ୬ରୁ୭ଟି
  • ଗାଜର – ଛୋଟ କଟା ହୋଇଥିବା
  • ଗ୍ରୀନ୍‌ ମଟର – ସିଝା ହୋଇଥିବା
  • ଟମାଟୋ – ୨ ଟି (ଛୋଟ କଟା ହୋଇଥିବା)
  • କଞ୍ଚା ଲଙ୍କା – ଛୋଟ କଟା ହୋଇଥିବା
  • ଅଦା ରସୁଣ ପେଷ୍ଟ – ଅଳ୍ପ
  • ଗୋଟେ କଳା ଅଳେଇଚ
  • ଗୋଟେ ଡାଲଚିିନି
  • ଗୋଟେ ଛୋଟ ଚାମଚ ଧନିଆ ପାଉଡର
  • ଅଧା ଚାମଚ ହଳଦି ପାଉଡର
  • ଗରମ ମସଲା ପାଉଡର
  • ଲାଲ ଲଙ୍କା ପାଉଡର
  • ତେଲ ଆବଶ୍ୟକ ଅନୁସାରେ
  • ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ଗୋଟେ ପ୍ୟାନରେ ତେଲ ଗରମ କରନ୍ତୁ। ଏଥିରେ କଳା ଅଳେଇଚ ଏବଂ ଡାଲଚିନି ପକାନ୍ତୁ। ଏହାପରେ ଏଥିରେ କଟା ପିଆଜ ପକାଇ ହାଲକା ଭାଜନ୍ତୁ। ଏବେ ଏଥିରେ ଅଦା ରସୁଣ ପେଷ୍ଟ ପକାଇ ଭାଜନ୍ତୁ।
  2. ଏହାପରେ ଏଥିରେ ଟମାଟୋ ପକାଇ ଫ୍ରାଏ କରନ୍ତୁ। ଏବେ ବାକି ସମସ୍ତ ମସଲା ପାଉଡରକୁ ମିଶାଇ ଫ୍ରାଏ କରିନିଅନ୍ତୁ।
  3. ମସଲାକୁ ସେତେ ପର୍ଯ୍ୟନ୍ତ ଭାଜନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଭଲଭାବେ ଭାଜି ନହୋଇଛି। ଏହାପରେ ସମସ୍ତ କଟା ପରିବାକୁ ମିଶାଇ ଦିଅନ୍ତୁ। ମନେ ରଖନ୍ତୁ ଗ୍ରୀନ ମଟରକୁ ପଛରେ ପକାଇବେ।
  4. ପରିବାକୁ ସିଝିବା ପାଇଁ ପାଣି ଏବଂ ଲୁଣ ପକାଇ ଭଲଭାବେ ସିଝାନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ପାଣି ନ ସୁଖିଛି।
  5. ଯେତେବେଳେ ମିଶ୍ର୍ରଣ ଭଲଭାବେ ସିଝିଯିବ ସେତେବେଳେ ଏଥିରେ ଗ୍ରୀନ ମଟର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ଭେଜ୍‌ କିମା ପ୍ରସ୍ତୁତ ହୋଇଯାଇଛି। ଏଥିରେ ଧନିଆ ପତ୍ରକୁ କାଟି ସଜାଇ ଦିଅନ୍ତୁ। ଏହାକୁ ଆପଣ ରୋଟି କିମ୍ବା ପରଟା ସହିତ ସର୍ଭ କରିପାରିବେ।
Leave A Reply

Your email address will not be published.