ରେସ୍ତୋରାଁ ଷ୍ଟାଇଲରେ ବନାନ୍ତୁ ଭେଜିଟେବଲ୍‌ ମଞ୍ଚୁରିଆନ୍‌, ଖାଇବା ପରେ ସବୁ କରିବେ ପ୍ରଶଂସା

ଯେତେବେଳେ ବି ଘରେ କିଛି ସ୍ପେଶାଲ ବନାଇବା କଥା ଆସେ, ସେତେବେଳେ ପିଲାଙ୍କ ମନରେ ଚାଇନିଜ୍‌ ଖାଦ୍ୟ ନିଶ୍ଚୟ ମନରେ ଆସେ। ଆଜି ଆମେ ଆପଣଙ୍କ ପାଇଁ ଭେଜିଟେବୁଲ ମଞ୍ଚୁରିଆନ୍‌ ଏକଦମ୍‌ ରେସ୍ତୋରାଁ ଷ୍ଟାଇଲର ନେଇ ଆସିଛୁ। ଯାହାର ସ୍ୱାଦ ଥରେ ଚାଖିଲେ ଆପଣ ପ୍ରଶଂସା ନ କରିରହିପାରିବେନି। କେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ପିଆଜ, ସିମଲ ଲଙ୍କା, ଗାଜର, ବନ୍ଧା କୋବି, କର୍ଣ୍ଣଫ୍ଲୋର, ଚିଲ୍ଲୀ ସସ୍‌, ସୋୟା ସସ୍‌, ଗୋଲମରୀଚ ପାଉଡର, ରସୁଣ, ଅଦା, କଞ୍ଚା ଲଙ୍କା, ସିମଲା ଲଙ୍କା, ଗ୍ରୀନ ପିଆଜ, ଟମାଟୋ ସସ୍‌, ଲୁଣ ଏବଂ ତେଲ।

ପ୍ରସ୍ତୁତି ପ୍ରଣାଳୀ

  • ଏକ ପାତ୍ରରେ ସମସ୍ତ ପରିବା, କର୍ଣ୍ଣଫ୍ଲୋର ଏବଂ ଲୁଣ ପକାଇ ବଲ୍‌ ଭଳି ବନାଇ ଦିଅନ୍ତୁ।
  • ପ୍ୟାନରେ ତେଲ ଗରମ କରି ଏହି ବଲ୍‌ ସବୁକୁ ଛାଣି ଦିଅନ୍ତୁ।
  • ଏବେ ଆଉ ଏକ ପ୍ୟାନରେ ୨ ବଡ ଚାମଚ ତେଲ ଗରମ କରି ଅଦା ରସୁଣକୁ ଭାଜିଦିଅନ୍ତୁ।
  • ଏଥିରେ ପିଆଜ, କଞ୍ଚା ଲଙ୍କା, ସିମଲା ଲଙ୍କା ପକରଇ ଭାଜିଦିଅନ୍ତୁ।
  • ସମସ୍ତ ସସ୍‌ ଏବଂ ପାଣି ପକାଇ ଥରେ ଫୁଟିବାକୁ ଛାଡନ୍ତୁ।
  • ଏକ ପାତ୍ରରେ ୧ ବଡ ଚାମଚ କର୍ଣ୍ଣ ଫ୍ଲୋର ଏବଂ ଆବଶ୍ୟକ ଅନୁସାରେ ପାଣି ମିଶାଇ ଗ୍ରେଭୀରେ ପକାଇ ଦିଅନ୍ତୁ।
  • ଏଥିରେ ଗୋଲମରୀଚ ପାଉଡର ଗ୍ରେଭୀକୁ ଗାଢ଼ ହେବା ପାଇଁ ଦିଅନ୍ତୁ।
  • ଏବେ ଏଥିରେ ମଞ୍ଚୁରିଆନ୍‌ ବଲ୍‌ ମିଶାଇ ଫୁଟାନ୍ତୁ।
  • ଏହାକୁ ସର୍ଭିଙ୍ଗ୍‌ ଡିସରେ ବାହାର କରିଦିଅନ୍ତୁ ଏବଂ କଞ୍ଚା ଲଙ୍କାରେ ଗାର୍ନିସ କରି ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.