ଆପଣଙ୍କ କେଶ ବଢ଼ୁନାହିଁ କି? ତା’ ହେଲେ ଏହି ସବୁ ଟିପ୍ସ ଫଲୋ କରି ଖୁବ୍‌ କମ୍‌ ଦିନରେ କେଶକୁ କରନ୍ତୁ ଲମ୍ବା

ତ୍ୱଚା ସହିତ ଆପଣଙ୍କୁ ନିଜ କେଶର ମଧ୍ୟ ସଠିକ୍‌ ଯତ୍ନ ନେବାକୁ ହେବ। ଆଜିକା ସମୟରେ ଝିଅମାନେ ଲମ୍ବା କେଶ ରଖିବାକୁ ଅଧିକ ପସନ୍ଦ କରୁଛନ୍ତି। ହେଲେ ପରିବେଶ ପ୍ରଦୂଷଣ, ଭୁଲ ଜୀବନଶୈଳୀ, ଜରୁରୀ ପୋଷକ ତତ୍ତ୍ୱର ଅଭାବ ଆଦି କାରଣରୁ ସେମାନେ ବିଭିନ୍ନ କେଶ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ କେତେକ ସହଜ ଉପାୟ ବିଷୟରେ କହିବୁ, ଯାହାକି ଆପଣଙ୍କ କାମରେ ଆସି ପାରିବ। ଆପଣ ଏହାକୁ ଫଲୋ କରି ନିଜ କେଶକୁ ଲମ୍ବା ଏବଂ ଘନ କରି ପାରିବେ। ଆସନ୍ତୁ ଜାଣିବା ସେ ସବୁ ଉପାୟ।

ଭଲ କ୍ୱାଲିଟିର ସାମ୍ପୁ ବ୍ୟବହାର କରନ୍ତୁ: କେଶର ଯତ୍ନ ନେବା ପାଇଁ ପ୍ରଥମେ ମୁଣ୍ଡରେ ଭଲ ଭାବେ ତେଲ ଲଗାନ୍ତୁ। ଏହାପରେ କେଶକୁ ଭଲ କ୍ୱାଲିଟିର ସାମ୍ପୁରେ ଧୋଇ ଦିଅନ୍ତୁ। ଏମିତିରେ ଝିଅମାନେ କେଶର ଠିକ୍‌ ଯତ୍ନ ନେବା ପାଇଁ ସବୁବେଳେ ଭଲ କ୍ୱାଲିଟିର ହିଁ ସାମ୍ପୁ ବାଛିବା ଦରକାର। ଏଥି ସହିତ ସାମ୍ପୁ କରିବା ପରେ କଣ୍ଡିସନର ମଧ୍ୟ ବ୍ୟବହାର କରିବା ବହୁତ ଜରୁରୀ ହୋଇଥାଏ। ଏହାଦ୍ୱାରା ଆପଣଙ୍କ କେଶ ନା କେବଳ ସୁସ୍ଥ ରହିବ, ବରଂ ଏହା ମୁଲାୟମ ମଧ୍ୟ ନଜର ଆସିବ।

ନରମ ଟାୱେଲ୍ ବ୍ୟବହାର କରନ୍ତୁ: କେଶକୁ ଶୁଖାଇବା ପାଇଁ ଝିଅମାନେ ପ୍ରାୟତଃ ତରତରରେ ଡ୍ରାୟର ବ୍ୟବହାର କରି ଦିଅନ୍ତି। କିନ୍ତୁ ଆପଣଙ୍କୁ ଏଠି ପରାମର୍ଶ ଦେବୁ କି, ସବୁବେଳେ କେଶକୁ ପ୍ରାକୃତିକ ଉପାୟରେ ହିଁ ଶୁଖିବାକୁ ଦିଅନ୍ତୁ। ଏଥିପାଇଁ ଆପଣ ନରମ ଟାୱେଲ୍ ବ୍ୟବହାର କରି ପାରିବେ। ମୋଟା ଏବଂ ହାର୍ଡ ଟାୱେଲ ବ୍ୟବହାର କରିବା ଦ୍ୱାରା କେଶ ଜଲ୍‌ଦି ଉପୁଡ଼ି ଯାଇପାରେ।

ଦିନଚର୍ଯ୍ୟାକୁ ଭଲ ରଖନ୍ତୁ: ଏହାର ଅର୍ଥ ହେଉଛି, ଆପଣ ଭରପୂର ନିଦ ନିଅନ୍ତୁ। ଶାରୀରିକ କସରତ କରନ୍ତୁ ବା ବ୍ୟାୟାମ କରନ୍ତୁ। ଏଥି ସହିତ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଏମିତି କରିବା ଦ୍ୱାରା ନା କେବଳ ତ୍ୱଚାରେ ଚମକ ବଜାୟ ରହିଥାଏ, ବରଂ କେଶ ମଧ୍ୟ ବଢ଼ିବା ଆରମ୍ଭ କରିଥାଏ।

ଅନ୍ୟାନ୍ୟ ଟିପ୍ସ

-ଡିହାଇଡ୍ରେସନରୁ ଦୂରେଇ ରୁହନ୍ତୁ।

-ବ୍ୟାୟାମ କରନ୍ତୁ।

-ଜରୁରୀ ଭିଟାମିନ୍ସ ଯେପରି ଭିଟାମିନ ଇ, ଏ, ସି ଆଦିକୁ ଖାଦ୍ୟରେ ସାମିଲ କରନ୍ତୁ।

-ସୂର୍ଯ୍ୟଙ୍କ ହାନିକାରକ କିରଣରୁ କେଶକୁ ରକ୍ଷା କରନ୍ତୁ।

-ରାତିରେ ଶୋଇବା ପୂର୍ବରୁ ନିଜ କେଶକୁ ଜୋରରେ ବାନ୍ଧନ୍ତୁ ନାହିଁ।

-ପତଳା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.