କାଲିଠାରୁ ମଙ୍ଗଳ ଗ୍ରହର ସିଧା ଚଳଣ, ୪ଟି ରାଶିର ଲୋକ ସତର୍କ ରୁହନ୍ତୁ

ଅଗଷ୍ଟ ୨୮ ତାରିଖ ମଂଗଳବାର ଠାରୁ ମଙ୍ଗଳ ଗ୍ରହ ଚଳଣରେ ପରିବର୍ତ୍ତନର ସୂଚନା । ଏବେଠାରୁ ଏହା ସିଧା ଚଳଣ କରିବ । ପୂର୍ବରୁ ଗତ ଜୁନ୍ ୨୭ ତାରିଖରୁ ମଙ୍ଗଳ ଗ୍ରହ ମକର ରାଶିରେ ରହିଥିଲା ବକ୍ର ଚଳଣ । କିନ୍ତୁ ଏବେଠାରୁ ନଭେମ୍ବର ୬ ତାରିଖ ପର୍ଯନ୍ତ ମକର ରାଶିରେ ରହି ସିଧା ଚଳଣ କରିବ । ଯାହାର ପ୍ରଭାବ ସବୁ ରାଶି ଉପରେ ପଡ଼ିବ । ବିଶେଷ କରି ମିଥୁନ, ସିଂହ, ଧନୁ ଓ କୁମ୍ଭ ରାଶି ପାଇଁ ସେତେ ଭଲ ନାହିଁ । ଟିକେ ସତର୍କତାର ସହ ଚଳିବାକୁ ହେବ । ଚାକିରି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । ବିବାଦୀୟ ପରିସ୍ଥିତି ଉପୁଜି ପାରେ । ଖର୍ଚ୍ଚ ବି ବଢ଼ିବ । କର୍କଟ, କନ୍ୟା, ତୁଳା ଓ ମକର ରାଶି ବ୍ୟକ୍ତିଙ୍କ ପାଇଁ ସମୟ ସାଧାରଣ ରହିବ । ଅନ୍ୟ ରାଶିଙ୍କ ପାଇଁ ଏହି ସମୟ ଭଲ ରହିବ ।