ଫ୍ରିଜରେ ରଖନ୍ତୁ ନାହିଁ ଏହି ଫଳ, ନଚେତ୍ ହୋଇପାରେ ଆପଣଙ୍କ ଶରୀର ଅସୁସ୍ଥ

ଖରାଦିନ ହେଲେ ଫ୍ରିଜରେ ଜିନିଷ ରହିବାର ମାତ୍ରା ବଢ଼ିଥାଏ । ତେବେ ଏହି ସମୟରେ ଅନେକ ଏମିତି ଜିନିଷ ରଖିଥାନ୍ତି ଯାହା ରଖିବା ଉଚିତ ନୁହେଁ। ଏହା କରିବା ଦ୍ୱାରା କେବଳ ଫ୍ରିଜ ଖରାପ ହୁଏନି ବରଂ ସେହି ଖାଦ୍ୟ ପଦାର୍ଥ ମଧ୍ୟ ଖରାପ ହୋଇଯାଇଥାଏ । ସ୍ୱାଦ ବିହୀନ ହୋଇଯାଏ । ତେବେ ଚାଲନ୍ତୁ ଜାଣିବା ସେହି ସମ୍ପର୍କରେ ।

ଖରଭୁଜ, ତରଭୁଜ ଏବଂ ଆମ୍ବକୁ ଫ୍ରିଜରେ ଷ୍ଟୋର କରି ରଖିବା ଉଚିତ ନୁହେଁ । ବିଶେଷ କରି ଖରାଦିନେ ଏହି ୩ଟି ଜିନିଷକୁ ଲୋକମାନେ ଅଧିକ ମାତ୍ରାରେ ଖାଇଥାନ୍ତି । ତେଣୁୁ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏମାନଙ୍କ ସ୍ୱାଦ ନଷ୍ଟ ହୋଇଯାଏ । ମନାଯାଏ ଯେ ଏଥିରେ ଚିଲ ଇନଜ୍ୟୁରି ରହିଥାଏ । ଯାହା ଦ୍ୱାରା ଏହାର ରଙ୍ଗ ଓ ସ୍ୱାଦରେ ଫରକ ପଡେ । ଏହାସହ ଫଳରେ ବ୍ୟାକ୍ଟେରିଆ ମଧ୍ୟ ଉତ୍ପନ୍ନ ହୋଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ଏହା ବ୍ୟତିତ ପନିପରିବା ସହ ଅନ୍ୟ ଫଳ ଆଦିକୁ ଗୋଟିଏ ଜାଗାରେ ରଖନ୍ତୁ ନାହିଁ । ଏହାକୁ ଅଲଗା ଅଲଗା ରଖନ୍ତୁ । ଏକାଠି ରଖିବା ଦ୍ୱାରା ଏମାନଙ୍କ ଗୁଣବତ୍ତା ଉପରେ ଫରକ ପଡିଥାଏ । ତେଣୁ ଏହିସବୁକୁ ଧ୍ୟାନ ରଖିବା ନିହାତି ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.