ଲାଇଫ୍ ଷ୍ଟାଇଲ୍

ଭାଗ୍ୟ ଚମକାଇବାକୁ ଚାହୁଁଛନ୍ତି ତ ଦିନ ଅନୁସାରେ ମଥାରେ ଲଗାନ୍ତୁ ଏମିତି ଟିକା

ମଥାରେ ତିଳକ ବା ଟିକା ଲଗାଇବାର ପରମ୍ପରା ପ୍ରାଚୀନକାଳରୁ ରହି ଆସିଅଛି । ଧାର୍ମିକ ଆୟୋଜନ ହେଉ ବା ବନ୍ଧୁଙ୍କ ସ୍ୱାଗତ ସତ୍କାର ସବୁଠି ତିଳକ ଲଗାଇବା ବହୁତ ଶୁଭ ମନାଯାଇଥାଏ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ପ୍ରତିଦିନ ନିଜ ମଥାରେ ତିଳକ ଲଗାଇଥାନ୍ତି ସେମାନଙ୍କ ବୁଦ୍ଧି ପ୍ରଖର ହୋଇଥାଏ ।

ସେମାନେ ବିବେକବାନ ହେବା ସହ ତିଳକ ଲଗାଇବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଯେପରି ସପ୍ତାହର ସାତ ଦିନର ଅଲଗା ଅଲଗା ମହତ୍ତ୍ୱ ଥାଏ । ସେହିପରି ପ୍ରତ୍ୟେକ ଦିନର ତିଳକ ମଧ୍ୟ ଅଲଗା ଅଲଗା ହୋଇଥାଏ । ତେଣୁ ଆପଣ ଯଦି ଦିନ ଅନୁସାରେ ତିଳକ ଲଗାଇବେ ତେବେ ଭଗବାନଙ୍କ ଆଶିର୍ବାଦ ପାଇବେ ।

ସୋମବାର

ଏହି ଦିନର ସ୍ୱାମୀ ଗ୍ରହ ଚନ୍ଦ୍ରମା । ତେଣୁ ଏହି ଦିନ ଧଳା ଚନ୍ଦନ, ବିଭୁତି କିମ୍ବା ଭସ୍ମ ତିଳକ ଲଗାଇବା ଶୁଭ ହୋଇଥାଏ ।

ମଙ୍ଗଳବାର

ଏହି ଦିନର ସ୍ୱାମୀ ଗ୍ରହ ମଙ୍ଗଳ । ଏହି ଦିନ ଲାଲ ଚନ୍ଦନ ବା ଚମେଲି ତେଲରେ ମିଶାଯାଇଥିବା ସିନ୍ଦୂରର ତିଳକ ଲଗାଇବା ଜରୁରୀ । ଏମିତି କରିବା ଦ୍ୱାରା ଜୀବନରେ ସବୁ ସଂକଟ ଦୂର ହୋଇଥାଏ ଓ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ବୁଧବାର

ଏହି ଦିନର ସ୍ୱାମୀ ଗ୍ରହ ହେଉଛନ୍ତି ବୁଧ । ଏହି ଦିନ ସୁଖିଲା ସିନ୍ଦୁରର ତିଳକ ଲଗାଇବା ଉଚିତ୍‌ । ଏମିତି କରିବା ଦ୍ୱାରା ବ୍ୟକ୍ତିଙ୍କ କାର୍ଯ୍ୟ କ୍ଷମତା ବଢ଼ିଥାଏ ଓ ତାଙ୍କୁ ଯଶ ମିଳିଥାଏ ।

ଗୁରୁବାର

ଏହି ଦିନର ସ୍ୱାମୀ ଅଟନ୍ତି ବୃହସ୍ପତି । ଏହି ଦିନ ଧଳା ଚନ୍ଦନ କାଠ ପଥର ଉପରେ ଘୋରିକରି ଏଥିରେ କେସର ମିଶାଇ ତିଳକ ଲଗାଇବା ଶୁଭ ହୋଇଥାଏ । ମାନ୍ୟତା ରହିଛି ଯେ ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ଶୁକ୍ରବାର

ଏହି ଦିନର ସ୍ୱାମୀ ହେଉଛନ୍ତି ଶୁକ୍ର । ଏହି ଦିନ ଲାଲ ଚନ୍ଦନର ତିଳକ ଲଗାଇବା ଉଚିତ୍‌ । ଏହାଦ୍ୱାରା ଘରେ ସୁଖ ସୁବିଧାର ବାସ ହୋଇଥାଏ ।

ଶନିବାର

ଏହି ଦିନର ସ୍ୱାମୀ ଗ୍ରହ ଶନି ଅଟନ୍ତି । ଏହି ଦିନ ବିଭୂତି, ଭସ୍ମ ବା ଲାଲ ଚନ୍ଦନର ତିଳକ ଲଗାଇବା ଦ୍ୱାରା ଭୈରବ ପ୍ରସନ୍ନ ହୋଇଥାନ୍ତି ।

Niharanjan

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

7 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

11 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

33 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

48 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

56 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

1 hour ago