ଲାଇଫ୍ ଷ୍ଟାଇଲ୍

ପାଣିର ବ୍ୟବହାର ଦ୍ୱାରା ଦୂର ହୋଇଥାଏ ଅନେକ ସମସ୍ୟା, ଜାଣନ୍ତୁ କଣ ରହିଛି ଫାଇଦା

ଜ୍ୟୋତିଷଶାସ୍ତ୍ରରେ ଜଳକୁ ଚମତ୍କାରୀ ତତ୍ତ୍ୱ କୁହାଯାଇଥାଏ। ଜଳ ସକାରାତ୍ମକ ପ୍ରଭାଵ ସୃଷ୍ଟି କରିବା ସହ ନକାରାତ୍ମକ ପ୍ରଭାବ ଦୂର କରିବାରେ ସାହାଯ୍ୟ କରିଥାଏ। ଏହିକାରଣରୁ ଜଳକୁ ଅଭିମନ୍ତ୍ରିତ କରାଯାଇଥାଏ। ଶରୀରର ଜଳ ତତ୍ତ୍ୱ ହିଁ ଆପଣଙ୍କୁ ଶକ୍ତିଶାଳୀ ଏବଂ ଦିବ୍ୟ କରିଥାଏ। ଜଳ ପ୍ରୟୋଗ ଦ୍ୱାରା ବାସ୍ତବିକ ଏବଂ କାଳ୍ପନିକ ସମସ୍ୟା ଦୂର ହୋଇଥାଏ। ସେହିଭଳି ଜୀବନରେ ଜଳର ସଠିକ ଏବଂ ସନ୍ତୁଳିତ ପ୍ରାୟୋଗ ଆପଣଙ୍କୁ ସୁସ୍ଥ ଏବଂ ବିଷମୁକ୍ତ ରଖିଥାଏ। ଏହା ଭାବନାକୁ ବହିଯିବାରେ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ ଏବଂ ଆପଣଙ୍କୁ ଆଧ୍ୟାତ୍ମିକ କରିଥାଏ। ଏହା ବ୍ୟତୀତ ଜଳର ଚମତ୍କାରୀ ପ୍ରୟୋଗ କରିବା ପାଇଁ ଢାଳ ବ୍ୟବହାର କରିବା ଉଚିତ।

ଜାଣନ୍ତୁ ଗିଲାସ ଏବଂ ଢାଳ ଜଳରେ କଣ ରହିଛି ଫରକ୍?

ଗିଲାସ ଏକ ରେଖିଆ ଆକୃତିର ହୋଇଥିବା ବେଳେ ଢାଳ ଗୋଲାକାର ଆକାରର ହୋଇଥାଏ। ଏକ ରେଖିୟ ଆକୃତିର ଚିନ୍ତା ବହୁତ ଅଧିକ ହୋଇଥାଏ କିନ୍ତୁ ଗୋଲାକାର ଆକୃତିର ଚିନ୍ତା କମ ହୋଇଥାଏ। ଏହିକାରଣରୁ ଯେଉଁ ବାସନରେ ଚିନ୍ତା କମ ହୋଇଥାଏ ସେହି ପାତ୍ରର ଜଳ ହିଁ ଲାଭକାରୀ ହୋଇଥାଏ। ଏସବୁ କାରଣରୁ ପୂଜା-ଉପାସନାରେ ପାଣି ପିଇବା ପାଇଁ ଢାଳ ପାଣି ସର୍ବଶ୍ରେଷ୍ଠ ବୋଲି କୁହାଯାଇଥାଏ।

ସେହିଭଳି ଘରେ ସର୍ବଦା କଳହ ଲାଗି ରହୁଥିଲେ ଏକ ତମ୍ବା ଢାଳରେ ଜଳ ଭର୍ତ୍ତି କରି ସେଥିରେ ଅଳ୍ପ କିଛି ସୁଗନ୍ଧ ମିଶାନ୍ତୁ। ଏହାପରେ ୧୦୮ ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଜପ କରିବାର ୫ମିନିଟ ପର୍ଯ୍ୟନ୍ତ ସେହି ଜଳକୁ ସ୍ପର୍ଶ କରନ୍ତୁ ନାହିଁ। ଏହାପରେ ପୁରା ଘରେ ସେହି ଜଳ ଛିଞ୍ଚନ କରନ୍ତୁ ଏବଂ ବଳକା ଜଳକୁ ଗଛ ମୂଳେ ଢାଳି ଦିଅନ୍ତୁ।

ଯଦି ଘରେ କୌଣସି ବ୍ୟକ୍ତିଙ୍କର ସର୍ବଦା ଦେହ ଖରାପ ସମସ୍ୟା ଲାଗିରହୁଥାଏ ତେବେ ଆପଣ ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ରଖି ଏହାକୁ ଆପଣ ନିଜ ହାତରେ ନିଅନ୍ତୁ। ଏବେ ଆପଣ ଲଘୁ ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ୫ମିନିଟ ପରେ ସେହି ଜଳକୁ ରୋଗୀ ବ୍ୟକ୍ତିଙ୍କୁ ପିଆନ୍ତୁ। ଏହି ପ୍ରୟୋଗ ପ୍ରତ୍ୟେକ ଦିନ ସନ୍ଧ୍ୟାରେ କରିବା ଦ୍ୱାରା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଏସବୁବ୍ୟତୀତ ଯେତିକି ସମ୍ଭବ ହୋଇପାରିଛି ସେତିକି ଢାଳରେ ପାଣି ପିଅନ୍ତୁ ଏବଂ ପୂଜା ସ୍ଥାନରେ ଏକ ଢାଳରେ ପାଣି ଭର୍ତ୍ତି କରି ରଖନ୍ତୁ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

10 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

18 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

35 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago