ଯାଦୁ, କାଛୁ, କୁଣ୍ଡିଆକୁ ମୂଳରୁ ନାଶ କରେ ଏହି ଫୁଲ!

ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟି ଯାଇଛି, ଯେଉଁ କାରଣରୁ ଅନେକ ଲୋକ ଅନେକ ପ୍ରକାର ରୋଗକୁ ସାମ୍ନା କରୁଛନ୍ତି। ସେଥିମଧ୍ୟରୁ ଚର୍ମ ରୋଗ ଜଟିଳ ରୂପ ଧାରଣ କରୁଛି। ଏଥିରେ ଆକ୍ରାନ୍ତ ଲୋକଙ୍କୁ ଯାଦୁ, କାଛୁ, କୁଣ୍ଡିଆ, ଦାଗ ଭଳି ସମସ୍ୟା ଦେଖାଦେଉଛି। ଯଦି ସମୟ ପୂର୍ବରୁ ଏହାର ଉପଯୁକ୍ତ ଚିକିତ୍ସା କରା ନ ଯାଏ, ତା’ହେଲେ ଏହା ପୂରା ଶରୀରକୁ କବ୍‌ଜା କରିନେଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବାର ସହଜ ଉପାୟ ବତାଇବାକୁ ଯାଉଛୁ। ଯଦି ଆପଣ କୌଣସି ଚର୍ମ ରୋଗରେ ଆକ୍ରାନ୍ତ, ତେବେ ଗେଣ୍ଡୁ ଫୁଲ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ। ଆସନ୍ତୁ ଜାଣିବା, ଏହାକୁ କିପରି ବ୍ୟବହାର କରି ଚର୍ମ ରୋଗକୁ ନିରାକରଣ କରିପାରିବେ।

flow1

 

ଗେଣ୍ଡୁ ଫୁଲରେ ଆଣ୍ଟିଫଙ୍ଗଲ୍‌ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ମହଜୁଦ୍‌ ଥାଏ, ଯାହାକି ଦାଗ, କାଛୁ, କୁଣ୍ଡିଆକୁ ଭଲ କରିବାରେ ସହାୟକ ହୋଇଥାଏ। ଏହାକୁ ବ୍ୟବହାର କରିବା ପାଇଁ ଫୁଲକୁ ଭଲ ଭାବେ ପେସି ପେଷ୍ଟ ବନାଇଦିଅନ୍ତୁ ଏବଂ ଏହାକୁ କୁଣ୍ଡେଇ ହେଉଥିବା ସ୍ଥାନରେ ଲଗାନ୍ତୁ। ଏହା ଶୁଖିବା ପଯ୍ୟର୍ନ୍ତ ରଖିବାକୁ ଦିଅନ୍ତୁ। ଯେତେବେଳେ ଏହା ଶୁଖିଯିବ, ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ମନେରଖନ୍ତୁ, ଯାଦୁ, କାଛୁ, କୁଣ୍ଡିଆ ଏଭଳି ସମସ୍ୟା, ଯାହା ସହଜରେ ପିଛା ଛାଡ଼ି ନ ଥାଏ। ଏଥିପାଇଁ ଆପଣ ଧୌର୍ଯ୍ୟ ରଖିବା ଆବଶ୍ୟକ। ଏହି ପେଷ୍ଟକୁ ସକାଳେ ଏବଂ ସନ୍ଧ୍ୟାରେ ଲଗାଇବାକୁ ହେବ। ସଫାସୁତରା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଆପଣଙ୍କୁ କହି ରଖୁଛୁ, ଏହି ପ୍ରୟୋଗ ଦ୍ୱାରା କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ହୋଇ ନ ଥାଏ।