ଆଜି ସନ୍ଧ୍ୟାରେ ପ୍ରସ୍ତୁତ କରନ୍ତୁ ମେଥି ପକୋଡ଼ି, ଥଣ୍ଡା ପାଗରେ ମଜା ଆସିଯିବ

ଥଣ୍ଡା ଥଣ୍ଡା ପାଗରେ ପ୍ରସ୍ତୁତ କରନ୍ତୁ କିଛି ଗରମା ଗରମ ସ୍ନାକସ। ଆଜି ଆମେ ଆପଣଙ୍କୁ ଜଣାଇବୁ ମେଥି ପକୋଡ଼ି। ଆସନ୍ତୁ ଜାଣିବା ମେଥି ପକୋଡ଼ି ରେସିପି।

ଆବଶ୍ୟକ ସାମଗ୍ରୀ
ବେସନ
ମେଥି
ଧନିଆ ପତ୍ର
କଞ୍ଚା ଲଙ୍କା
ବନ୍ଧା କୋବି
ଲାଲ ଲଙ୍କା ପାଉଡର
ଅଳ୍ପ ଚାଉଳ ଗୁଣ୍ଡ
ଲୁଣ
ହଳଦୀ
ସୋରିଷ ତେଲ

ପ୍ରସ୍ତୁତି ପ୍ରଣାଳୀ

ମେଥି ପକୋଡ଼ି ବନାଇବା ପାଇଁ ସର୍ବ ପ୍ରଥମେ ଏକ ପାତ୍ର ନିଅନ୍ତୁ ସେଥିରେ ବେସନ ନିଅନ୍ତୁ। ଏକ କପ ବେସନରେ ଚାରି କପ ଛୋଟ କଟା ହୋଇଥିବା ବନ୍ଧା କୋବି, ମେଥି ଅଳ୍ପ ଧନିଆ ପତ୍ର, ଲୁଣ, ହଳଦୀ, ଲାଲ ଲଙ୍କା ପାଉଡର, ଅଳ୍ପ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାପରେ ପାଣି ପକାଇ ବେସନ ପେଷ୍ଟ ପ୍ରସ୍ତୁତ୍ କରନ୍ତୁ। ଏଥିରେ ଏକ ଚାମଚ ଗରମ ତେଲ ମିଶାଇ ଦିଅନ୍ତୁ। ଧ୍ୟାନ ରଖନ୍ତୁ ଘୋଳ ଅଧିକ ପତଳା ହୋଇନଥିବ। କଡ଼ାରେ ତେଲ ଗରମ ହେବା ପର୍ଯ୍ୟନ୍ତ ମିଶ୍ରଣକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ତେଲ ଗରମ ହେବା ପରେ ମିଶ୍ରଣକୁ ପକାଇ ପକୋଡ଼ି ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଏବେ ଆପଣଙ୍କର ଗରମା ଗରମ ଟେଷ୍ଟି ପକୋଡ଼ି ପ୍ରସ୍ତୁତ ହୋଇଯାଇଛି।