ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ମିଛୁଆ, ଗୋଟିଏ ଦିନରେ କୁହନ୍ତି ୩ଟି ମିଛ!

ଆପଣ ଜାଣିଛନ୍ତି କି, ମହିଳାଙ୍କ ତୁଳନାରେ ପୁରୁଷମାନେ ବଢ଼ିଆ ଉପାୟରେ ମିଛ କୁହନ୍ତି? ଏକ ରିସର୍ଚ୍ଚରୁ ଏହି କଥାର ଖୁଲାସା ହୋଇଛି। ଆସନ୍ତୁ ଜାଣିବା ଏହା ବିଷୟରେ। ବ୍ରିଟେନ୍‌ର ପୋର୍ଟସ୍‌ସାଉଥ୍‌ ୟୁନିଭର୍ସିଟି ଅନୁସାରେ, ଯେଉଁ ବ୍ୟକ୍ତି ମିଛ କୁହନ୍ତି, ସେମାନେ ଭଲ ବକ୍ତା ହୋଇଥାଆନ୍ତି। ଏଭଳି ବ୍ୟକ୍ତି ଅନ୍ୟ ଲୋକଙ୍କ ତୁଳନାରେ ନିଜ ପରିବାର, ସାଙ୍ଗସାଥୀ, ପାର୍ଟନର ଏବଂ ସହଯୋଗୀମାନଙ୍କୁ ଅଧିକ ମିଛ କହିଥାଆନ୍ତି।

ବିଶେଷଜ୍ଞମାନଙ୍କ କହିବା ହେଲା, ମିଛ କହିବାରେ ମାହିର ଥିବା ବ୍ୟକ୍ତି ମେସେଜ୍‌ ଅପେକ୍ଷା ସାମ୍ନା-ସାମ୍ନି ମିଛ କହିବାକୁ ବେଶି ପସନ୍ଦ କରନ୍ତି। ତେଣୁ ସୋସିଆଲ ମିଡିଆରେ ସେମାନେ ଖୁବ୍‌ କମ୍‌ ମିଛ କହିଥାଆନ୍ତି।

PLOS One ଜର୍ନାଲରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି, ପାଖାପାଖି ଅଧା ମିଛ କହୁଥିବା ଲୋକଙ୍କ ସଂଖ୍ୟା କମ୍‌। ଏଭଳି ଲୋକ ନିକଟତମ ସମ୍ପର୍କୀୟଙ୍କଠାରୁ ମୁକ୍ତି ପାଇବା ପାଇଁ ଏବଂ ସେମାନଙ୍କଠାରୁ କ୍ଷମା ଚାହିଁବା ପାଇଁ ମିଛ କହିଥାଆନ୍ତି।

ଏହି ସମ୍ବନ୍ଧରେ ହୋଇଥିବା ଆଉ ଏକ ଅଧ୍ୟୟନ ଅନୁସାରେ, ଜଣେ ପୁରୁଷ ଦିନରେ ୩ଟି ମିଛ କହିଥାଏ। ଆଉ ପୂରା ବର୍ଷରେ ପାଖାପାଖି ୧,୦୯୨ଟି ମିଛ କହିଥାଏ। ସେପଟେ ମହିଳାମାନେ ବର୍ଷରେ ୭୨୮ ଥର ମିଛ କହିଥାଆନ୍ତି।

ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି, କିଛି ବିଶେଷ ପରିସ୍ଥିତିରେ ମହିଳାମାନଙ୍କ ମିଛ କହିବାର ସମ୍ଭାବନା ବଢ଼ିଯାଇଥାଏ। ଯେପରି କପଡ଼ା କିଣିବା ସମୟରେ ସେମାନେ ଅଧିକ ମିଛ କହିଥାଆନ୍ତି। ଏଥିରୁ ଜଣାପଡ଼ିଛି, ଲୋକେ ଜୀବନକୁ ସହଜ କରିବା ଉଦ୍ଦେଶ୍ୟରେ ମିଛ କହିଥାଆନ୍ତି।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

5 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

7 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

13 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

22 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

22 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

40 mins ago