ଆଲୁମିନିୟମ ଫଏଲ ପେପରରେ ପ୍ଯାକ୍ ଖାଦ୍ଯ ଖାଇବା ଦ୍ବାରା ପୁରୁଷଙ୍କ ହୋଇଥାଏ ଗମ୍ଭୀର ରୋଗ, ଜାଣନ୍ତୁ କ’ଣ

ଆପଣ ନିଜ ଅଫିସ ଲଞ୍ଚ ଆଲୁମିନିୟମ ଫଏଲରେ ପ୍ଯାକ୍ କରି ନେଉଛନ୍ତି କି ? ଅଧିକାଂଶ ଲୋକ ଏପରି କରିଥାନ୍ତି। ଘରେ ବଳିପଡିଥିବା ରୁଟି ଏବଂ ପରଠା ଅନେକ ସମୟରେ ଆଲୁମିନିୟମ ଫଏଲରେ ପ୍ଯାକ୍ କରି ନେଇଯାଉ। ଆଲୁମିନିୟମ ଫଏଲରେ ପ୍ଯାକ୍ ହୋଇଥିବା ଖାଦ୍ଯ ଅଧିକ ସମୟ ପର୍ଯ୍ଯନ୍ତ ସ୍ବଚ୍ଛ ରହିଥାଏ। କିନ୍ତୁ ଆଲୁମିନିୟମ ଫଏଲରେ ପ୍ଯାକ୍ ଖାଦ୍ଯ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଆଲୁମିନିୟମ ଫଏଲରେ ପ୍ଯାକ୍ ହୋଇଥିବା ଖାଦ୍ଯ ଖାଇବା ଦ୍ବାରା ଅନେକ ପ୍ରକାର ଗମ୍ଭୀର ରୋଗ ହେବାର ଆଶଙ୍କା ରହିଥାଏ। ଆଲୁମିନିୟମ ଫଏଲ ପେପରରେ ଖାଇବା ଦ୍ବାରା ବଡ କ୍ଷତି ହୋଇଥାଏ।

ଆଲୁମିନିୟମ ଫଏଲ ପେପରରେ ପ୍ଯାକ୍ ହୋଇଥିବା ଖାଦ୍ଯ ଖାଇବା ଦ୍ବାରା ପୁରୁଷମାନେ ପ୍ରଜନନ କ୍ଷମତା କମ୍ ହୋଇଯାଏ। ଏହାଛଡା କିଛି ଲୋକ ଫଏଲ ପେପରେ ବହୁତ ଗରମ ଖାଦ୍ଯ ପ୍ଯାକ୍ କରନ୍ତି, ଯାହା ଶରୀରକୁ କ୍ଷତି ପହଞ୍ଚାଏ। ଏମିତି କଲେ ଆପଣଙ୍କୁ ଆଲଜାଇମର ଏବଂ ଡିମେନସିଆ ଭଳି ଗମ୍ଭୀର ରୋଗ ହେବାର ଆଶଙ୍କା ଦେଖାଯାଏ।

paper food
photo credit: lifealth.com

ଯଦି ଆପଣ ପ୍ରତିଦିନ ଆଲୁମିନିୟମ ଫଏଲ ପେପରରେ ପ୍ଯାକ ହୋଇଥିବା ଖାଦ୍ଯ ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ପ୍ରତିଦିନ ଫଏଲ ପେପର ପ୍ଯାକ୍ ଖାଦ୍ଯ ଖାଇଲେ ଶରୀର ଦୁର୍ବଳ ଲାଗିବା ସହିତ କିଡନୀ ଜନିତ ସମସ୍ଯା ବଢିଯାଏ।

ପ୍ରତିଦିନ ଫଏଲ ପେପରରେ ଖାଦ୍ଯ ଖାଇବା ଦ୍ବାରା ଇମ୍ଯୁନ ସିଷ୍ଟମ ଖରାପ ହୋଇଯାଏ। ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୁଏ। ଆଜମା ହେବାର ବିପଦ ବଢିଯାଏ।