ମୋଟି ସ୍ତ୍ରୀଙ୍କ ସ୍ବାମୀ ରହିଥାନ୍ତି ଅଧିକ ଖୁସି, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଅଧିକାଂଶ ବ୍ୟକ୍ତିଙ୍କୁ ଲମ୍ବା,ପତଳା ଏବଂ ଫିଟ୍ ମହିଳା ପସନ୍ଦ ଆସିଥାନ୍ତି । କିନ୍ତୁ ଏକ ସର୍ଭେରୁ ଜଣାପଡିଛି କି ଯେଉଁ ପୁରଷମାନେ ମୋଟି ମହିଳାଙ୍କ ସହିତ ସମ୍ପକ ରଖିଥାନ୍ତି ସେମାନେ ଅନ୍ୟ ପୁରୁଷଙ୍କ ତୁଳନାରେ ଅଧିକ ଖୁସି ରହିଥାନ୍ତି । ନ୍ୟାସନାଲ ଅଟୋନମସ୍ ୟୁନିଭର୍ସିଟି ଅଫ୍ ମେସ୍କିକୋରେ ଏକ ଷ୍ଟଡି କରାଯାଇଥିଲା । ଯାହାଦ୍ବାରା ଏହି କଥା ସାମ୍ନାକୁ ଆସିଥିଲା କି ଓଜନ ଅଧିକ ଥିବା ମହିଳା ମାନଙ୍କ ସହିତ ବିବାହ କିମ୍ବା ପ୍ରେମରେ ପଡୁଥିବା ପୁରୁଷ ବେଶି ଖୁସି ରହିଥାନ୍ତି । ଷ୍ଟଡି ଅନୁସାରେ ପ୍ଳସ୍ ସାଇଜ୍ ମହିଳାଙ୍କ ଜୀବନସାଥୀ ପତଳୀ ମହିଳାଙ୍କ ଜୀବନସାଥୀଙ୍କ ଠାରୁ ପାଖାପାଖି ୧୦ଗୁଣ ଖୁସିରେ ରହିଥାନ୍ତି । ମୋଟି ମହିଳା ନିଜ ପୁରୁଷ ପାର୍ଟନରଙ୍କୁ ଜିମ୍ ଯିବାପାଇଁ ଏବଂ ଫିଟ୍ ରହିବା ପାଇଁ କେବେବି ଜବରଦସ୍ତ କରିନଥାନ୍ତି ।

fat girlସେମାନେ ନିଜେ ମଧ୍ୟ ଓଜନ କମ୍ କରିବା ପାଇଁ ଚେଷ୍ଟା କରିନଥାନ୍ତି ଏହା ସହିତ ସର୍ବଦା ନିଜ ମନ ପସନ୍ଦର ଖାଦ୍ୟ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଯେଉଁ କପଲସ୍ ମିଶିକି ହସିଥାନ୍ତି ସେମାନଙ୍କ ଜୀବନ ବହୁତ ଭଲ ହୋଇଥାଏ ଏବଂ ସମ୍ପର୍କ ମଜବୁତ୍ ରହିଥାଏ ।
ମୋଟି ମହିଳାମାନଙ୍କ ପ୍ରେମରେ ପଡୁଥିବା ପୁରୁଷ ବହୁତ ହସିଥାନ୍ତି ଏବଂ ଜୀବନରେ ସେମାନଙ୍କ ନିଷ୍ପତ୍ତି ସର୍ବଦା ସକରାତ୍ମକ ରହିଥାଏ । ମୋଟି ମହିଳାମାନେ ଛୋଟ ଛୋଟ ଉପହାରରେ ବହୁତ ବେଶି ଖୁସି ହୋଇଯାଇଥାନ୍ତି ଯାହା ତାଙ୍କ ଜୀବନସାଥୀକୁ ବେଶି ଭଲ ଲାଗିଥାଏ ।

mrgସେମାନେ ବହୁତ ଖୁସିମନା ହୋଇଥାନ୍ତି ଏବଂ ସେନ୍ସ ଅଫ୍ ହ୍ୟୁମର ସେମାନଙ୍କ ପାଖରେ ବହୁତ ଥାଏ । ଏହାଛଡା ଏପରି ମହିଳାଙ୍କ ସାମ୍ନାରେ ଖୋଲିକି କୌଣସି କଥା କହିବା ତଥା ନିଜକୁ ଏକ୍ସପ୍ରେସ୍ କରିବା ବହୁତ ସହଜ ହୋଇଥାଏ । ଏହାବ୍ୟତିତ ଏହା ମଧ୍ୟ ଦେଖାଯାଇଛି କି ଏହି ମହିଳା ମାନେ ଖାଦ୍ୟ ରନ୍ଧାରନ୍ଧି କରିବାରେ ବେଶ୍ ଆଗ୍ରହୀ ହୋଇଥାନ୍ତି ଏବଂ ଖୁବ୍ ଟେଷ୍ଟି ଫୁଡ୍ ତିଆରି  କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.