ବହୁତ ରୋମାଣ୍ଟିକ ହୋଇଥାନ୍ତି ଏହି ୫ ରାଶିର ପୁରୁଷ, କଣ ଏହି ତାଲିକାରେ ସାମିଲ ଅଛନ୍ତି କି ଆପଣଙ୍କ ସାଥୀ

ସବୁ ଝିଅ ଚାହାନ୍ତି ତାଙ୍କ ସାଥୀ ବିଶ୍ବାସଯୋଗ୍ୟ ଏବଂ ବହୁତ ରୋମାଣ୍ଟିକ ହୋଇଥାନ୍ତୁ। ଆପଣ ନିଜର ସାଥୀଙ୍କର ପର୍ସନାଲିଟୀ, ଡ୍ରେସିଙ୍ଗ ସେନ୍ସ ଏବଂ ସ୍ବଭାବକୁ ଦେଖି ତାଙ୍କୁ ପସନ୍ଦ କରିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ତାଙ୍କର ରାଶି ତାଙ୍କ ବିଷୟରେ କଣ କହୁଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ଅଧିକ ରୋମାଣ୍ଟିକ ଏବଂ ନିଜର ସାଥୀଙ୍କ ପ୍ରତି କେତେ ଭରଷାଯୋଗ୍ୟ ହୋଇଥାନ୍ତି।

ତୁଳା :

ତୁଳା ରାଶିର ପୁରୁଷମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ଏମାନଙ୍କ ସ୍ତ୍ରୀ ଏମାନଙ୍କ ପ୍ରତି ବହୁତ ଖୁସି ରହିଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କୁ ଭଲଭାବେ ଜଣାଥାଏ ଯେ ବିବାହର ବର୍ଷ ପରେ ମଧ୍ୟ ସମ୍ପର୍କକୁ କେମିତି ପ୍ରେମ ଏବଂ ଭଲପାଇବା ସହିତ ରଖାଯାଇପାରିବ। ଏହି ରାଶିର ପୁରୁଷ ନିଜର ସାଥୀଙ୍କ ପ୍ରତି ବହୁତ ବିଶ୍ବାସଯୋଗ୍ୟ ହୋଇଥାନ୍ତି।

ଧନୁ :

ଧନୁ ରାଶିର ପୁରୁଷ ମାନେ ପରଫେକ୍ଟ ସ୍ବାମୀ ଭାବରେ ପ୍ରମାଣିତ ହୋଇଥାନ୍ତି। ଏମାନେ ରୋମାଣ୍ଟିକ ସହିତ ପ୍ରାକ୍ଟିକାଲ ମଧ୍ୟ ହୋଇଥାନ୍ତି। ସ୍ତ୍ରୀକୁ କେିତି ଖୁସିରେ ରଖାଯାଇପାରିବ ଏହା ଏମାନଙ୍କୁ ଭଲଭାବେ ଜଣାଥାଏ। ଏମାନେ ନିଜ ସ୍ତ୍ରୀଙ୍କର ତାଙ୍କ ବାପା ଭଳି ଯତ୍ନ ନେଇଥାନ୍ତି। ଅବଶ୍ୟ ଏହି ରାଶିର ପୁରୁଷ ମାନେ ବହୁତ ଜଲଦି ରାଗିଯାନ୍ତି।

ବୃଷ :

ବୃଷ ରାଶିର ପୁରୁଷ ସ୍ତ୍ରୀଙ୍କୁ ବହୁତ ଗେହ୍ଲା କରିଥାନ୍ତି। ଏମାନେ ସ୍ତ୍ରୀ ମାନଙ୍କର ଭରଷାଯୋଗ୍ୟ ସ୍ବାମୀ ପ୍ରମାଣିତ ହୋଇଥାନ୍ତି। ସେମାନେ କେବେବି ଧୋକା ଦିଅନ୍ତି ନାହିଁ କି ନିରାଶ କରନ୍ତି ନାହିଁ। ଏମିତି ପୁରୁଷ ମାନଙ୍କ ସ୍ତ୍ରୀ ମାନେ କାବୁ କରି ରଖିବା ବହୁତ ସହଜ ହୋଇଥାଏ। ଏହି ରାଶିର ପୁରୁଷ ମାନଙ୍କୁ ଯେତେ ପର‌୍ୟ୍ୟନ୍ତ କିଛି ନ କୁହାଯାଏ, ସେତେ ପର‌୍ୟ୍ୟନ୍ତ ସେମାନେ ଶାନ୍ତ ହୋଇ ରହିଥାନ୍ତି।

କୁମ୍ଭ :

କୁମ୍ଭ ରାଶିର ପୁରୁଷ ମାନେ ମଧ୍ୟ ଭଲ ସ୍ବାମୀ ଭାବରେ ପ୍ରମାଣିତ ହୋଇଥାନ୍ତି। ଏମାନେ ତାଙ୍କର ସ୍ତ୍ରୀ ମାନଙ୍କୁ କେବେବି ଦୁଃଖୀ ଦେଖିବାକୁ ଚାହାନ୍ତି ନାହିଁ। କିନ୍ତୁ ଏମାନେ ତାଙ୍କ ଦୁନିଆରେ ବିନ୍ଦାସ ହୋଇ ରହିବାକୁ ପସନ୍ଦ କରିଥାନ୍ତି। ଯେଉଁ କାରଣରୁ ଏମାନଙ୍କ ସ୍ତ୍ରୀ ମାନଙ୍କୁ ଧର‌୍ୟ୍ୟ ଏବଂ ସହନଶୀଳତା ରଖିବାକୁ ପଡିବ । ଯେପରି ତାଙ୍କ ସ୍ବାମୀଙ୍କର ଧ୍ୟାନ ଅଧିକରୁ ଅଧିକ ସ୍ତ୍ରୀ ପାଇଁ ଏବଂ ଘର ମାମଲାରେ ପଡିବ।

ମକର :

ଯଦି ଆପଣ କୌଣସି ମକର ରାଶିର ବ୍ୟକ୍ତିଙ୍କୁ ଡେଟ କରୁଛନ୍ତି, ତେବେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି। ଏହି ରାଶିର ପୁରୁଷମାନେ ସ୍ମାର୍ଟ, ହ୍ୟାଣ୍ଡସମ ଏବଂ ଚାର୍ମିଙ୍ଗ ହୋଇଥାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏମାନେ ତାଙ୍କର ଆକର୍ଷଣୀୟତା ବଜାୟ ରଖିଥାନ୍ତି। କିନ୍ତୁ ଏମାନଙ୍କର ସବୁଠୁ ବଡ ଖରାପ ଗୁଣ ଏହା ହେଉଛି ଯେ ଏମାନେ କେବେବି ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହାନ୍ତି ନାହିଁ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago